Categories: ବାଣିଜ୍ୟ

ଅଗଷ୍ଟରେ ହୋଣ୍ଡାର ୫,୩୮,୫୮୨ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ୨ ଚିକିଆ ଯାନ ବ୍ରାଣ୍ଡ୍‌ ତଥା ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଅଗଷ୍ଟରେ କମ୍ପାନୀ ମୋଟ ୫,୩୮,୮୫୨ ୟୁନିଟ ଗାଡ଼ି ବିକ୍ରି କରିଛି, ଯାହା ପୂର୍ବ ବର୍ଷର ଅଗଷ୍ଟ ମାସ ତୁଳନାରେ ୧୩% ଅଧିକ ବୋଲି ଏଚ୍‌ଏମ୍‌ଏସଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି କମ୍ପାନୀ ଦେଶ ଭିତରେ ୪,୯୧,୬୭୮ ୟୁନିଟ ଗାଡ଼ି ବିକ୍ରି କରିଥିବା ବେଳେ ୪୭,୧୭୪ ୟୁନିଟ ଗାଡ଼ି ୨୦୨୪ ଅଗଷ୍ଟରେ ରପ୍ତାନି କରିଛି, ଦେଶ ଭିତର ଗାଡ଼ି ବିକ୍ରି ୯% ଏବଂ ରପ୍ତାନୀ କ୍ଷେତ୍ରରେ ୭୯% ବୃଦ୍ଧି ଘଟିଛି। ୨୦୨୪ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ଏଚ୍‌ଏମ୍‌ଏସଆଇ ଗାଡ଼ିର ଘରୋଇ ବିକ୍ରି ସଂଖ୍ୟା ୨୩,୪୫,୦୨୮ ଓ ରପ୍ତାନି ସଂଖ୍ୟା ୨,୨୯,୭୧୬ ୟୁନିଟ ରହିଛି। ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀ ମଧ୍ୟପ୍ରଦେଶରେ ୩୦ ଲକ୍ଷ ଗାଡ଼ି ବିକ୍ରି କରିବା ମାଇଲଖୁଣ୍ଟ ହାସଲ କରିଛି ଯାହା ରାଜ୍ୟରେ କମ୍ପାନୀକୁ ସବୁଠୁ ପସନ୍ଦର ଦୁଇଚକିଆରେ ପରିଣତ କରିଛି।

Share