Categories: ବାଣିଜ୍ୟ

ଫେବୃୟାରୀରେ ହୋଣ୍ଡାର ୬୦୮୬ କାର ବିକ୍ରି

ନୂଆଦିଲ୍ଲୀ, ୪ା୩: ଦେଶର ପ୍ରମୁଖ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ)ଚଳିତ ବର୍ଷ ଫେବୃୟାରୀରେ ମୋଟ ୬୦୮୬ କାର ଘରୋଇ ବଜାରରେ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ୨୦୨୩ ଫେବୃୟାରୀେୀ ମୋଟ ୯୭୩ ୟୁନିଟ୍‌ କାର ରପ୍ତାନୀ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଏଚ୍‌ସିଆଇଏଲର ବିକ୍ରୟ ତଥା ବିପଣନ ବିଭାଗ ନିର୍ଦ୍ଦେଶକ ୟୁଇଚି ମୁରାତା କହିଛନ୍ତି, ନୂଆ ନିର୍ଗମନ ନୀତିର ଅନୁପାଳନ ସହିତ ଆମର ବ୍ୟବସାୟୀକ ଯୋଜନା ମୁତାବକ ଆମେ ବଜାର ଅଂଶ ଲାଭ କରିଛୁ ବୋଲି ମୁରାତା ମତପ୍ରକାଶ କରିଛନ୍ତି ା ସେହିପରି ବିଶେଷ ପ୍ରଯୁକ୍ତି ସଂଯୋଜିତ ହୋଣ୍ଡା ସିଟିର ସଦ୍ୟତମ ସଂସ୍କରଣର ବଜାର ପ୍ରବେଶ ସମ୍ପର୍କରେ ବିସ୍ତୁତ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଗତବର୍ଷ ଫେବୃଆରୀରେ କମ୍ପାନୀ ଘରୋଇ ବଜାରରେ ୭୧୮୭ କାର ବିକ୍ରି କରିଥିବାବେଳେ ୨୩୩୭ କାର ରପ୍ତାନୀ କରିଥିଲେ ା

Share