Categories: ବାଣିଜ୍ୟ

ଡିସେମ୍ବରରେ ହୋଣ୍ଡାର ୭,୦୬୨ ୟୁନିଟ୍‌ ଯାନ ବିକ୍ରି

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ୨୦୨୨ ଡିସେମ୍ବରର ଯାନ ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ ବଜାରରେ କମ୍ପାନୀ ଗତ ବର୍ଷ ମୋଟ ୯୫,୦୨୨ ୟୁନିଟ୍‌ ଯାନ ବିକ୍ରି କରିଥିବା ରେକର୍ଡ କରାଯାଇଛି। ବିଶେଷକରି ୨୦୨୧ବର୍ଷରେ କମ୍ପାନୀ ବାର୍ଷିକ କାରବାର ଅନୁଯାୟୀ ମୋଟ ୮୯,୧୫୨ ୟୁନିଟ୍‌ ଯାନ କରିଥିଲା। ଫଳରେ ୨୦୨୧ ବର୍ଷର ବିକ୍ରି ତୁଳନାରେ ୨୦୨୨ ବର୍ଷରେ କମ୍ପାନୀ ପ୍ରାୟ ୭%ର ଅଭିବୃଦ୍ଧି ପଞ୍ଜୀକରଣ କରିପାରିଛି। ସେହିଭଳି ୨୦୨୨ ବର୍ଷ (ଜାନୁୟାରୀରୁ ଡିସେମ୍ବର) ମଧ୍ୟରେ କମ୍ପାନୀ ୨୩,୨୪୮ ୟୁନିଟ୍‌ ରପ୍ତାନି କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୧୬,୩୪୦ ୟୁନିଟ୍‌ ରେକର୍ଡ ହୋଇଥିଲା। ଏପରିକି ରପ୍ତାନି କ୍ଷେତ୍ରରେ କମ୍ପାନୀ ୨୦୨୧ ତୁଳନାରେ ୨୦୨୨ରେ ୪୩%ରୁ ଅଧିକ ଅଭିବୃଦ୍ଧି ରେକର୍ଡ କରିଥିବା ହୋଣ୍ଡା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୨ ଡିସେମ୍ବରରେ କମ୍ପାନୀ ମାସିକ ଘରୋଇ ବିକ୍ରି ୭,୦୬୨ ୟୁନିଟ୍‌ ପଞ୍ଜୀକୃତ କରିଥିବା ଜଣାପଡିଛି।
ଏ ସମ୍ପର୍କରେ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ନିର୍ଦ୍ଦେଶକ (ମାର୍କେଟିଂ ଏବଂ ବିକ୍ରୟ) ୟୁଚି ମୁରାଟା କହିଛନ୍ତି, ବର୍ଷ ୨୦୨୨ ଏଚ୍‌ସିଆଇଏଲ୍‌ ପାଇଁ ବେଶ୍‌ ସକାରାତ୍ମକ ଥିଲା। ଫଳରେ ଆମର ଘରୋଇ ବିକ୍ରି ପରିମାଣ ପ୍ରାୟ ୭% ସହ ରପ୍ତାନି ପରିମାଣରେ ମଧ୍ୟ ୪୩% ଅଭିବୃଦ୍ଧି ରେକର୍ଡ ହୋଇପାରିଛି।

Share