ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ)ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୪ ମାର୍ଚ୍ଚରେ ହୋଣ୍ଡାର ମୋଟ ଘରୋଇ ବିକ୍ରି ୭୦୭୧ ୟୁନିଟ ରହିଛି। ଏପରିକି ୨୦୨୩ ସମାନ ଅବଧି ମଧ୍ୟରେ କମ୍ପାନୀ ୬୬୯୨ ୟୁନିଟ ଯାନ ବିକ୍ରି କରିଥିଲା।
ସେହିଭଳି କମ୍ପାନୀ ୨୦୨୪ ମାର୍ଚ୍ଚରେ ମୋଟ ୬୮୬୦ ୟୁନିଟ ଯାନ ରପ୍ତାନି କରିଥିଲାବେଳେ ଗତ ବର୍ଷ ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୩୧୮୯ ୟୁନିଟ ଯାନ ରପ୍ତାନି କରିଥିଲା। ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ କମ୍ପାନୀ ମୋଟ ୧,୨୪,୧୭୩ ୟୁନିଟ ଯାନ ଉଭୟ ଘରୋଇ ଏବଂ ରପ୍ତାନି କ୍ଷେତ୍ରରେ ବିକ୍ରି କରିଥିଲା। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କମ୍ପାନୀର ମୋଟ ୧,୧୪,୧୪୦ ୟୁନିଟ ଯାନ ଉଭୟ ଘରୋଇ ଓ ରପ୍ତାନି କ୍ଷେତ୍ରରେ ବିକ୍ରି ହୋଇଥିଲା।
ଏ ସମ୍ପର୍କରେ ଏଚସିଆଇଏଲର ଉପସଭାପତି (ମାର୍କେଟିଂ ଆଣ୍ଡ ସେଲ୍ସ) କୁନାଲ ବେହଲ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍ସାହର ବର୍ଷ ଥିଲା। ବିଶେଷ କରି ବ୍ରାଣ୍ଡ୍ର ଅଗ୍ରଣୀ ମଡେଲ ତଥା ଏସୟୁଭି ମଡେଲ ହୋଣ୍ଡା ଏଲିଭେଟର ଉଲ୍ଲେଖନୀୟ ସଫଳତା ଯୋଗୁ ଆମେ ରେକର୍ଡ ସଂଖ୍ୟକ ବିକ୍ରି ଉଭୟ ଘରୋଇ ଓ ରପ୍ତାନି କ୍ଷେତ୍ରରେ କରିପାରିଥିଲୁ।