Categories: ବାଣିଜ୍ୟ

ଅଗଷ୍ଟରେ ହୋଣ୍ଡାର ୭୮୮୦ ୟୁନିଟ୍‌ ଘରୋଇ ଯାନ ବିକ୍ରି

ଭୁବନେଶ୍ୱର ୪।୯: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଚଳିତ ବର୍ଷ ଅଗଷ୍ଟ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୩ ଅଗଷ୍ଟରେ କମ୍ପାନୀ ୭୮୮୦ ୟୁନିଟ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୨୧୮୯ ୟୁନିଟ୍‌ ଯାନ ରପ୍ତାନି କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୨ଅଗଷ୍ଟରେ କମ୍ପାନୀ ୭୭୬୯ ୟୁନିଟ୍‌ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୨୩୫୬ ୟୁନିଟ ଯାନ ରପ୍ତାନି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ ନିର୍ଦ୍ଦେଶକ (ବିକ୍ରି ଏବଂ ବିପଣନ) ୟୁଚୀ ମୁରାତା କହିଛନ୍ତି, ଆମେ ବର୍ତ୍ତମାନ ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତା ପୂରଣକୁ ଗୁରୁତ୍ୱ ଦେଉଛୁ। ଏପରିକି ଆମର ହୋଣ୍ଡା ସିଟି ଏବଂ ହୋଣ୍ଡା ଆମେଜ ବଜାରରେ ଭଲ ଫଳାଫଳ ସହ ଗ୍ରାହକ ପସନ୍ଦର ଯାନ ପାଲଟିଛି। ଆଗାମୀ ପାର୍ବଣ ଋତୁରେ ମଧ୍ୟ କାରବାରରେ ବଡ଼ ପରିବର୍ତ୍ତନ ହେବାକୁ ଥିବାବେଳେ କମ୍ପାନୀର ନୂଆ ଏଲଭେଟ ମଧ୍ୟ ଗ୍ରାହକଙ୍କ ପସନ୍ଦର ଯାନ ପାଲଟିବ ବୋଲି ଆଶା କରାଯାଉଛି।

 

Share