Categories: ବାଣିଜ୍ୟ

ଆଇଡିବିଆଇ ସହ ହୋଣ୍ଡାର ରାଜିନାମା

ନୂଆଦିଲ୍ଲୀ,୨୬।୧୧: ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଏଚ୍‌ସିଆଇଏଲ୍‌ ଗ୍ରାହକଙ୍କୁ ବିବିଧ ଆର୍ଥିକ ଯୋଜନା ପ୍ରଦାନ କରିବାକୁ ଆଇଡିବିଆଇ ବ୍ୟାଙ୍କ ସହ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ହୋଇଥିବା ଜଣାପଡ଼ିଛି। ସେହିଭଳି ଏଚ୍‌ସିଆଇଏଲ୍‌ ଏବଂ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଏହି ସହଯୋଗ ଗ୍ରାହକଙ୍କୁ ହୋଣ୍ଡା କାର୍‌ କିଣିବାରେ ବାଧାମୁକ୍ତ ସୁଲଭ ଆର୍ଥିକ ବିକଳ୍ପ ଏବଂ ଯୋଜନା ପାଇବାକୁ ସୁବିଧା ଯୋଗାଇବ। ଏଚ୍‌ସିଆଇଏଲ୍‌ ଏବଂ ଆଇଡିବିଆଇ ବ୍ୟାଙ୍କର ଏହି ସହଭାଗିତା ଏହାର ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଉପାଧ୍ୟକ୍ଷ (ବିପଣନ ଏବଂ ବିକ୍ରି) କୁନାଲ ବେହେଲ କହିଛନ୍ତି, ସମସ୍ତ ହୋଣ୍ଡା ଗ୍ରାହକଙ୍କୁ ସୁବିଧାଜନକ ଆର୍ଥିକ ସମାଧାନ ସହ ସର୍ବୋତ୍ତମ ମାଲିକାନା ଅଭିଜ୍ଞତା ଓ ସହାୟତା ପ୍ରଦାନ ପାଇଁ ଆଇଡିବିଆଇ ବ୍ୟାଙ୍କ ସହ ସହଭାଗିତା ଏକ ପଦକ୍ଷେପ । ପ୍ରଥମ ସ୍ପର୍ଶ ବିନ୍ଦୁ କ୍ରୟ ଅଭିଜ୍ଞତାରୁ ଆରମ୍ଭ ହେଉଥିବା ଗ୍ରାହକ ଅଭିଜ୍ଞତାକୁ ନୂତନତ୍ୱ ଏବଂ ଉନ୍ନତ କରିବାକୁ ଆମେ ନିରନ୍ତର ପ୍ରୟାସ କରୁଛୁ।

Share