Categories: ବାଣିଜ୍ୟ

ଜୁନ୍‌ରେ ହୋଣ୍ଡାର ଘରୋଇ ବିକ୍ରି ୫୦୮୦ ୟୁନିଟ୍‌

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଭାରତର ଅଗ୍ରଣୀ ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ୨୦୨୩ ଜୁନ୍‌ର କାରବାର ସମ୍ପର୍କରେ ବିସ୍ତୃତ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଚଳିତ ବର୍ଷ ଜୁନ୍‌ ମାସରେ ମୋଟ ୫୦୮୦ ୟୁନିଟ କାର ଘରୋଇ ବଜାରରେ ବିକ୍ରି କରିଥିବା ବେଳେ ୨୧୧୨ ୟୁନିଟ ରପ୍ତାନି କରିଥିବା ଏଚସିଆଇଏଲ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କମ୍ପାନୀ ଗତ ବର୍ଷ ଜୁନରେ ମୋଟ ୭୮୩୪ ୟୁନିଟ କାର ଘରୋଇ ବଜାରରେ ବିକ୍ରି କରିଥିବା ବେଳେ ୨୫୦୨ ୟୁନିଟ ରପ୍ତାନି କରିଥିବା ଏଚସିଆଇଏଲ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏଚସିଆଇଏଲର ନିର୍ଦ୍ଦେଶକ ( ମାର୍କେଟିଙ୍ଗ ଆଣ୍ଡ ସେଲ୍‌ସ) ୟୁଇଚି ମୁରାତା କହିଛନ୍ତି, ୨୦୨୩ ଜୁନରେ କମ୍ପାନୀ କାରବାର ଆଶାନୁଯାୟୀ ହୋଇଥିବାବେଳେ ଆଗାମୀ ଦିନରେ କାରବାର ବଢିବାର ସମ୍ଭାବନା ରହିଛି। କାରଣ ନିକଟରେ କମ୍ପାନୀର ନୂତନ ମଡେଲ ବଜାରରେ ଉପଲବ୍ଧ ହେଉଥିବାବେଳେ ଏସୟୁଭି ଗ୍ରାହକମାନେ ହୋଣ୍ଡାର ନୂତନ ମଡେଲ ସାଙ୍ଗକୁ ପୂଜା ବଜାରକୁ ଅପେକ୍ଷା କରିଛନ୍ତି। ସେହିଭଳି ପୂଜାରେ ନୂତନ ମଡେଲ ସହିତ ନୂଆ ନୂଆ ଅଫର ଓ ସୁବିଧା ସହ ନୂଆ ମଡେଲ ଉନ୍ମୋଚନ ହେବାର ଯୋଜନା ରହିଛି।

Share