Categories: ବାଣିଜ୍ୟ

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ହରିୟାଣାସ୍ଥିତ ମାନେସର ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରିରେ ଏହି ୟୁନିଟ୍‌ ତଥା ନୂତନ ଅତ୍ୟାଧୁନିକ ଷ୍ଟେଟ୍‌-ଅଫ୍‌-ଆର୍ଟ ଇଞ୍ଜିନ ଆସେମ୍ବ୍ଲି ଲାଇନ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି।

ବିଶେଷକରି ଏହି ନୂତନ ଆସେମ୍ବଲି ଲାଇନ ପ୍ରତିଦିନ ୬୦୦ ଇଞ୍ଜିନ୍‌ ଉତ୍ପାଦନ କରିବା ସହ ୧୧୦ସିସିରୁ ୩୦୦ସିସି ପର୍ଯ୍ୟନ୍ତ ବିଭିନ୍ନ ମଡେଲଗୁଡିକର ଇଞ୍ଜିନ ଉତ୍ପାଦନ ପାଇଁ ଉକ୍ତ ୟୁନିଟ୍‌ ପ୍ରସ୍ତୁତ ହୋଇଛି। ଏହା ସମଗ୍ର ବିଶ୍ୱରେ ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତା ଏବଂ ପସନ୍ଦକୁ ପୂରଣ କରିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସ୍ତୁମ ଓଟାନି କହିଛନ୍ତି, ଆମର ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରି ମାନେସରରେ ସିକେଡି ରପ୍ତାନି ପାଇଁ ଆମେ ଏକ ନୂତନ ଇଞ୍ଜିନ ଆସେମ୍ବ୍ଲି ଲାଇନ ସ୍ଥାପନକରି ବେଶ୍‌ ଉତ୍ସାହିତ ଅଛୁ।

ଏପରିକି ଶିଳ୍ପରେ ଆମର ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସହ ନିରନ୍ତର ପ୍ରୟାସ ଜରି ରହିଛି। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ତା’ର ରପ୍ତାନି କ୍ଷମତାକୁ ବୃଦ୍ଧି କରିବା ସହିତ ବଜାର ବିସ୍ତାରରେ ମଧ୍ୟ ନୂତନ ଶିଖର ଏବଂ ବିଶ୍ୱର ଗୁଣାତ୍ମକ ମାନକୁ ଅନୁପାଳନ କରୁଛି। ଉଲ୍ଲେଖଯୋଗ୍ୟ ୨୦୦୧ରେ ‘ଆକ୍ଟିଭା’ପ୍ରଥମ ଜନ ଉତ୍ପାଦନ ମଡେଲ ଭାବେ ପ୍ରତିଷ୍ଠିତ ହୋଇଥିଲା, ଯାହା ଦେଶରେ ହୋଣ୍ଡାର ପ୍ରଥମ ୨ଚକିଆ ଉତ୍ପାଦନ ଭାବେ ଉପଭୋକ୍ତାଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା। ବର୍ଷ ବର୍ଷ ଧରି ହୋଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନି ହବ୍‌ରେ ପରିଣତ ହୋଇ ବିଶ୍ୱ ଅଟୋମୋବାଇଲ୍‌ ଦୃଶ୍ୟପଟରେ ଭାରତର ପ୍ରମୁଖ ସଂସ୍ଥା ଭାବରେ ଭାରତର ସ୍ଥିତିକୁ ଯଥେଷ୍ଟ ଅବଦାନ ଦେଇଛି।

Share