Categories: ବାଣିଜ୍ୟ

ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଉନ୍ମୋଚିତ

ଭୁବନେଶ୍ୱର,୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଭାରତ ବଜାରରେ ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ଅନାବରଣକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହାର ହାଇ-ଟେକ୍‌ ଫିଚର ଓ ବୈଶିଷ୍ଟ୍ୟ ସାଙ୍ଗକୁ ଆରାମଦାୟକ ଗାଡ଼ିଚାଳନା ଅଭିଜ୍ଞତା ପ୍ରଦାନ ସହିତ ଏଚ୍‌ଏମ୍‌ଏସ୍‌ଆଇ ନିଶ୍ଚିତ ଯେ ନୂତନ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଭ୍ରମଣପ୍ରେମୀମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କ ଭ୍ରମଣ ଅଭିଜ୍ଞତାର ସ୍ତରରେ ଉନ୍ନତି ଆଣିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ହୋଣ୍ଡାର କିମ୍ବଦନ୍ତୀ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଆଧୁନିକ ଭ୍ରମଣ ବର୍ଗର ଶ୍ରେଣୀରେ ଅଗ୍ରଣୀ ବିଳାସପୂର୍ଣ୍ଣତା,ଆରାମ ସହ କାର୍ଯ୍ୟଦକ୍ଷତା ଏବଂ ନିରପତ୍ତାରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବା ଜାରି ରଖିଛି। ଆମେ ଖୁସିର ସହ ଘୋଷଣା କରୁଛୁ ଯେ ନୂଆ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ପାଇଁ ବୁକିଂ ଆରମ୍ଭ ହୋଇଛି ଏବଂ ୨୦୨୩ ଅକ୍ଟୋବରରୁ ଭାରତରେ ଏହି ବିଳାସପୂର୍ଣ୍ଣ ବାଇକର ଡେଲିଭରି ଆରମ୍ଭ ହେବ।
ଅପରପକ୍ଷରେ ହୋଣ୍ଡା ଗୋଲ୍ଡ ୱିଙ୍ଗ୍‌ ଟୁର୍‌ରେ ଶକ୍ତିଶାଳୀ ୧୮୩୩ ସିସି ଲିକ୍ୱିଡ୍‌ କୁଲ୍‌ଡ, ୪-ଷ୍ଟ୍ରୋକ୍‌, ୨୪ ଭାଲ୍‌ଭ, ଫ୍ଲାଟ୍‌ ସିକ୍ସ-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ୯୩ କିଲୋୱାଟ୍‌ ଶକ୍ତି ଓ ୧୭୦ ଏନ୍‌ଏମ୍‌ ଟର୍କ ଉପତ୍ନ୍ନ କରୁଛି। ଏଥିରେ ୭ସ୍ପିଡ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିଶନ ରହିଛି। ବିଶେଷ କରି ସିଙ୍ଗଲ ଡିଟିସି ଭାରିଆଣ୍ଟ ଗନମେଟାଲ୍‌ ବ୍ଲାକ୍‌ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ଏହି ମଡେଲର ବଜାର (ଏକ୍ସ ଶୋ’ରୁମ୍‌ ଗୁରୁଗ୍ରାମ) ମୂଲ୍ୟ ୩୯,୨୦,୦୦୦ ଟଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ସିବିୟୁ ମାର୍ଗ ଦେଇ ଭାରତ ଆସିବ ଏବଂ ପ୍ରିମିୟମ ବିଗ୍‌ ୱିଙ୍ଗ୍‌ ଟପ୍‌ ଲାଇନ୍‌ ଡିଲରଶିପ୍‌ ମାଧ୍ୟମରେ ସ୍ବତନ୍ତ୍ର ଭାବେ ବିକ୍ରି ହେବ।

Share