ବେଜିଂ,୨୭।୩: ତାଇଓ୍ବାନ ସହ ସମ୍ପର୍କ ତୁଟିବା ପରେ ହଣ୍ଡୁରାସ୍ ରବିବାର ଚାଇନା ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି। ତାଇଓ୍ବାନ୍କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବେଜିଂ ହଣ୍ଡୁରାସ୍ ସହ ସମ୍ପର୍କ ଯୋଡ଼ିଛି। ରିପବ୍ଲିକ୍ ଅଫ୍ ହଣ୍ଡୁରାସ୍ ସରକାର ବିଶ୍ୱରେ କେବଳ ଚାଇନାର ଅବସ୍ଥିତିକୁ ସ୍ବୀକୃତି ଦେଇଛି ଏବଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ସରକାର ସମସ୍ତ ଚାଇନା ନାଗରିକଙ୍କ ପାଇଁ ଏକମାତ୍ର ବୈଧ ସରକାର ବୋଲି ହଣ୍ଡୁରାସ୍ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ତାଇଓ୍ବାନ ଚାଇନାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଥିପାଇଁ ହଣ୍ଡୁରାସ୍ ସରକାର ତାଇଓ୍ବାନ୍ ସହ କୂଟନୈତିକ ସମ୍ପର୍କ ତୁଟାଇଥିବା କହିଛନ୍ତି। ଅନ୍ୟପକ୍ଷେ ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରୀ ଜୋସେଫ୍ ଉ’ କହିଛନ୍ତି, ସାର୍ବଭୌମତ୍ୱ ଓ ମର୍ଯ୍ୟଦା ରକ୍ଷା ପାଇଁ ତାଙ୍କ ଦେଶ ହଣ୍ଡୁରାସ୍ ସହ ସମ୍ପର୍କ ଛିନ୍ନ କରିଥିବା କହନ୍ତି।