୧୮ ମାସ ଯାଏ ମାରାତ୍ମକ ରୋଗରେ ପୀଡ଼ିତ ଥିଲେ ଏହି ଗାୟକ, ବଦଳାଇଥିଲେ ୪ ଡାକ୍ତର

ବମ୍ବେ: ଲୋକପ୍ରିୟ ରାପର ତଥା ଗାୟକ ହନି ସିଂଙ୍କ ଆଜି ଜନ୍ମଦିନ। ୧୯୮୩ ମାର୍ଚ୍ଚ ୧୫ରେ ପଞ୍ଜାବର ହୋଶିୟାରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ପରେ ସେ ସଙ୍ଗୀତରେ ଡିଗ୍ରୀ ହାସଲ କରିବାକୁ ଲଣ୍ଡନ ଯାଇଥିଲେ। ସେଠାରୁ ଫେରିବା ପରେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ହନିଙ୍କ ପାଇଁ ସେତେଟା ସହଜ ନ ଥିଲା।

ହନିଙ୍କ ପ୍ରକୃତ ନାମ ହିରଦେଶ ସିଂ। ସେ ତାଙ୍କ ନାମ ଆଗରେ ୟୋ ୟୋ ଲଗାଇଥାନ୍ତି। ଏହାର ଅର୍ଥ ହେଉଛି ‘ଆପଣଙ୍କ ନିଜର)। ଅନେକ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି ସେ। ତାଙ୍କର ଆଲବମ୍‌ ‘ଇଣ୍ଟରନ୍ୟାଶନାଲ ଭିଲେଜର’ସବୁଠାରୁ ଅଧିକ ରୋଜଗାର କରିବାରେ ରେକର୍ଡ କରିଥିଲା। ଫିଲ୍ମ ‘ମସ୍ତାନ’ର ଗୀତ ‘ମୁଝେ ନୀଟ ପିଲା ଦେ ସଜନା’ ପାଇଁ ତାଙ୍କୁ ୭୦ ଲକ୍ଷ ଟଙ୍କା ମିଳିଥିଲା। ଏହାଦ୍ୱାରା ସେ ବଲିଉଡ୍‌ର ଇତିହାସରେ ସବୁଠାରୁ ଅଧିକ ପାଉଣା ପାଇଥିବା ଗାୟକ ପାଲଟିଥିଲେ।

ହନି ଏକ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ସୁସ୍ଥ ହୋଇଛନ୍ତି। ସେଇଟି ହେଲା ବାୟୋପୋଲାର ଡିଜ୍‌ଅର୍ଡର। ୧୮ ମାସ ଯାଏ ସେ ଏହି ରୋଗରେ ପୀଡ଼ିତ ଥିଲେ। ଏହି ସମୟରେ ଔଷଧ କାମ କରୁ ନ ଥିବାରୁ ସେ ଚାରିଜଣ ଡାକ୍ତର ବଦଳାଇଥିଲେ। ବ୍ୟକ୍ତିଗତ ଜୀବନ ଦେଖିଲେ ୨୦୧୧ ଜାନୁୟାରୀ ୨୩ରେ ହନି ତାଙ୍କର ବନ୍ଧୁ ଶାଳିନୀ ତଲଓ୍ବାରଙ୍କୁ ବିବାହ କରିଛନ୍ତି।

Share