ଛାଡପତ୍ରର କିଛି ମାସ ପରେ ଏବେ ପ୍ରେମରେ ହନି ସିଂ, ଗର୍ଲଫ୍ରେଣ୍ଡଙ୍କ ସହ ଆସିଲେ ନଜର

ପ୍ରସିଦ୍ଧ ଗାୟକ ତଥା ରାପର ହନି ସିଂ ଚମତ୍କାର ରାପର ଷ୍ଟାଇଲ ଗୀତ ହେତୁ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଆଲୋଚନା ପରିସରକୁ ଆସନ୍ତି। ନିକଟରେ ହନି ସିଂ ତାଙ୍କ ସ୍ତ୍ରୀ ଶାଲିନୀ ତଲୱାରଙ୍କ ସହ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଥିଲେ। ତେବେ ହନି ସିଂଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବାରୁ ତାଙ୍କ ବିବାହ ଭାଙ୍ଗି ଯାଇଥିବା ନେଇ ଅନୁମାନ କରାଯାଉଥିଲା। ଏପରି ପରିସ୍ଥିତିରେ, ଛାଡପତ୍ରର କିଛି ମାସ ପରେ, ଏହା ସ୍ପଷ୍ଟ ହୋଇଛି ଯେ ରାପର କିଙ୍ଗ୍‌ ପ୍ରକୃତରେ କାହାକୁ ଭଲ ପାଉଛନ୍ତି। ଦିଲ୍ଲୀର ଏକ ଇଭେଣ୍ଟରେ ହନି ସିଂ ତାଙ୍କର ନୂତନ ଗର୍ଲଫ୍ରେଣ୍ଡ ଟିନା ଥାଡାନିଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଣ୍ଟ ବଲିଉଡ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ନୂତନ ଭିଡିଓ ସେୟାର କରିଛି। ଯେଉଁଥିରେ ସିଙ୍ଗର ତାଙ୍କ ଗର୍ଲଫ୍ରେଣ୍ଡ ଟିନାଙ୍କ ହାତ ଧରି ଯାଉଛନ୍ତି। ପ୍ରଥମ ଥର ପାଇଁ ସିଙ୍ଗର ଜନସାଧାରଣଙ୍କ ସାମ୍ନାରେ ତାଙ୍କର ନୂଆ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ବର୍ତ୍ତମାନ ଦୁଇ ଜଣଙ୍କର ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Share