Categories: ଫୁରସତ

ହନି ସିଂ ଅପହରଣ ଅଭିଯୁକ୍ତ

ମୁମ୍ବାଇ: ରାପର ହନି ସିଂଙ୍କ ବିରୋଧରେ ତାଙ୍କ ଇଭେଣ୍ଟ ଏଜେନ୍ସିର ମାଲିକ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଭେଣ୍ଟ କମ୍ପାନୀର ମାଲିକ ବିବେକ ରମଣ ହନିଙ୍କ ବିରୋଧରେ ଅପହରଣ, ବନ୍ଦୀ କରି ରଖିବା ଏବଂ ଆକ୍ରମଣ ଅଭିଯୋଗ କରିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ବିବେକ ମୁମ୍ବାଇର ବି.କେ.ସି.ରେ ହନି ସିଂଙ୍କ ଫେଷ୍ଟିଭିନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଶୋ ଏପ୍ରିଲ ୧୫ରେ ହେବାର ଥିଲା। ଟଙ୍କା କାରବାରରେ ଅନିୟମିତତା ହେତୁ ବିବେକ ଏହି ଶୋ’ କରିବାକୁ ମନା କରିଥିଲେ, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ବିବେକଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟକ୍ରମ ବାତିଲ ହେତୁ ହନି ରାଗିଯାଇଥିଲେ। ଏହା ପରେ ସେ ତାଙ୍କୁ ମାଡ଼ ମାରିବା ସହ ଅପହରଣ କରିନେଇଥିଲେ। ଅଭିଯୋଗକୁ ନେଇ ଇନ୍‌ଷ୍ଟାରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଛ କଥା।

Share