ଓଜନ ଯେତେ ସହଜରେ ବଢ଼ିଥାଏ, ତାହାକୁ ହ୍ରାସ କରିବା ମଧ୍ୟ ସେତିକି କଷ୍ଟକର। ଓଜନ ହ୍ରାସ କରିବା ସମୟରେ ସମର୍ପଣ, ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଉପଯୁକ୍ତ ମାର୍ଗଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ।
ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ରାପର୍ ୟୋ ୟୋ ହନି ସିଂ, ଯିଏ ‘ଚାର ବୋତଲ ଭୋଡକା’ ଭଳି ସୁପରହିଟ ଗୀତ ସହିତ ହଇଚଇ ସୃଷ୍ଟି କରିଥିଲେ। ହନି ମାତ୍ର ଗୋଟିଏ ମାସରେ ୧୭ କିଲୋ ଓଜନ ହ୍ରାସ କରି ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ୯୫ କିଲୋଗ୍ରାମରୁ ୭୭ କିଲୋଗ୍ରାମ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।
ହନି ସିଂହଙ୍କ ଫିଟନେସ ପ୍ରଶିକ୍ଷକ ଅରୁଣ କୁମାର ତାଙ୍କର ଓଜନ ହ୍ରାସ ପଛର ମୁଖ୍ୟ କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଠିକ ଖାଦ୍ୟ ଯୋଜନା, କଠୋର ବ୍ୟାୟାମ ଏବଂ ଏକ ସ୍ବତନ୍ତ୍ର ଗ୍ରୀନ୍ ଜୁସ୍ ହନିଙ୍କୁ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି।
ହନିଙ୍କ ଖାଦ୍ୟରେ ଗ୍ରୀନ୍ ପରିବା ଜୁସ୍ ଏବଂ ବିଟ୍ ଜୁସ୍ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଏହି ଜୁସ୍ ଶରୀରକୁ ବିଷମୁକ୍ତ କରିବାରେ ଏବଂ ମେଟାବୋଲିଜିମ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହି ଜୁସ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୂର ଥିଲା, ଯାହା ଶରୀରର ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରୁଥିଲା। ହନିଙ୍କ ଓଜନ ହ୍ରାସ ଯାତ୍ରାରେ ଗ୍ରୀନ୍ ଜୁସ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏବଂ ତାଙ୍କ ମେଟାବୋଲିଜିମକୁ ତ୍ୱରାନ୍ବିତ କରି ଚର୍ବି ନଷ୍ଟ କରିବାରେ ସାହାଯ୍ୟ କରିଥିଲା।
ଏହି ଗ୍ରୀନ୍ ଜୁସ୍କୁ ତିଆରି କରିବା ପାଇଁ ବିଟ, କାକୁଡି, ଆମଲା, ଗାଜର ଏବଂ ଧନିଆ ପତ୍ର ଆବଶ୍ୟକ। ହନି ସିଂହ ପ୍ରତିଦିନ ସକାଳେ ଖାଲି ପେଟରେ ଏହି ଗ୍ରୀନ୍ ଜୁସ୍ ପିଉଥିଲେ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଯୋଗାଇଲା ଏବଂ ବିଷମୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କଲା, ଯାହା ଫଳରେ ତାଙ୍କୁ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କଲା। ଏହା ବ୍ୟତୀତ, ୧୭ କିଲୋ ଓଜନ ହ୍ରାସ କରିବା ପାଇଁ ହନିଙ୍କୁ ଏକ କଡ଼ା ଡାଏଟ ପ୍ଲାନ ଫଲୋ କରିବାକୁ ପଡିଥିଲା।
ସେ ସକାଳେ ଗୋଟିଏ ଗ୍ଲାସ ଗ୍ରୀନ୍ ଜୁସ୍ ପିଉଥିଲେ। ମଧ୍ୟାହ୍ନ ଭୋଜନରେ ସିଝା ଚିକେନ ଏବଂ କିଛି ଭାତ (ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ସନ୍ତୁଳନ ବଜାୟ ରଖିବା ପାଇଁ) ଖାଉଥିଲେ। ସନ୍ଧ୍ୟାରେ ଏକ ପନିପରିବା ସୁପ ପିଉଥିଲେ। ରାତିରେ ସବୁଜ ପନିପରିବାଯୁକ୍ତ ଖାଦ୍ୟ ଖାଉଥିଲେ। ଏହାସହ ସେ ନିୟମିତ ଓ୍ବାର୍କଆଉଟ୍ କରୁଥିଲେ।