ଅନେକ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ହନି, ପଚାରିବାରୁ ମଦ ବୋତଲ ଫିଙ୍ଗିଥିଲେ: ଶାଳିନୀ

ବମ୍ବେ: ର଼୍ୟାପର୍‌ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ପକ୍ଷରୁ ଗାୟକଙ୍କୁ ୨୮ ଅଗଷ୍ଟ ପୂର୍ବରୁ ଅଭିଯୋଗର ଜବାବ ଦେବାକୁ ନୋଟିସ ଜାରି କରାଯାଇଛି। ଏହାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଗାୟକ।

୨୦୧୧ରେ ଶାଳିନୀଙ୍କୁ ବିବାହ କରିଥିଲେ ହନି। ଏହାପୂର୍ବରୁ ଦଶ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନେ ପ୍ରେମରେ ଥିଲେ। ୨୦୧୪ରେ ହନି ବିବାହିତ ଥିବା ନେଇ ପ୍ରଶଂସକ ଜାଣିବାକୁ ପାଇଥିଲେ। କାରଣ ବିବାହ ଯୋଗୁ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ୁ ସେ ଚାହୁଁ ନ ଥିଲେ।

ଏବେ ଶାଳିନୀ ହନିଙ୍କ ଉପରେ ମାର୍‌ପିଟ୍‌ କରିବାର ଅଭିଯୋଗ କରିଛନ୍ତି। ବିବାହର ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେଇଥିବା ସେ ସନ୍ଦେହ କରି ଶାଳିନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ। ଏହାଛଡ଼ା ତାଙ୍କର ଜଣେ ନୁହେଁ ବରଂ ଅନେକ ମହିଳାଙ୍କ ସହ ସମ୍ପର୍କ ରହିଛି। ନିଜର ଲୋକପ୍ରିୟ ଗୀତ ‘ବ୍ରାଉନ୍‌ ରଙ୍ଗ ଦେ’ ଶୁଟିଂ ସମୟରେ ସେ ନିଜର ଜଣେ ମହିଳା ସହକର୍ମୀଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ ପଚାରିବାରୁ ହନି ଶାଳିନୀଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବା ଅଭିଯୋଗରେ ଦର୍ଶାଯାଇଛି। ତେବେ ଆଗାମୀ ଦିନରେ ହନି ଏନେଇ କି ପ୍ରତିକ୍ରିୟା ଦେଉଛନ୍ତି ଦେଖିବାକୁ ବାକି ରହିଲା।

Share