ଅଡୁଆରେ ‘ୟୋ ୟୋ ହନି ସିଂହ’; କୋର୍ଟର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବମ୍ବେ: ଅଡୁଆରେ ବଲିଉଡ୍‌ ଗାୟକ ହିରଦେଶ ସିଂହ ଓରଫ ହନି ସିଂହ। ଘରୋଇ ହିଂସାର ଅଭିଯୋଗ କରି କୋର୍ଟରେ ପହଞ୍ଚିଛନ୍ତି ତାଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ହନିଙ୍କୁ ଆସନ୍ତା ୨୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି। ଏଥିସହ ସ୍ତ୍ରୀଙ୍କ ସପକ୍ଷରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିବା ସହ ଥିବା ମିଳିତ ସମ୍ପତ୍ତିର କୌଣସି ଗତିବିଧି ଉପରେ ରୋକ ଲଗାଇଛନ୍ତି।

୨୦୧୪ରେ ଏକ ରିଆଲିଟି ଶୋରେ ସ୍ତ୍ରୀଙ୍କ ପରିଚୟ କରାଇଥିଲେ ହନି। ଅପରପକ୍ଷେ ଶାଳିନୀ ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ସ୍ବାମୀଙ୍କ ସହ ଅନେକ ଫଟୋ ଶେୟାର କରିଥାନ୍ତି। ହେଲେ ସେ କିଛିଦିନ ଧରି ଜୀବନରେ କିଛି ଖରାପ ହେଉଥିବା ନେଇ ଇଙ୍ଗିତ କରି ପୋଷ୍ଟ କରୁଥିଲେ। ଏବେ ତାହା ସ୍ପଷ୍ଟ ହୋଇଛି।

କହିରଖୁଛୁ, ହନି ସିଂହ ପଞ୍ଜାବୀ ସହ ବଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘କକ୍‌ଟେଲ୍‌’ରେ ତାଙ୍କ ଗୀତ ଦର୍ଶକଙ୍କୁ ପସନ୍ଦ ଆସିବା ପରେ ସେ ଲୋକପ୍ରିୟ ହୋଇଥିଲେ। ଜାନୁୟାରୀରେ ତାଙ୍କର ଶେଷ ଗୀତ ‘ସଇୟାଁ ଜୀ’ ରିଲିଜ ହୋଇଥିଲେ।

Share