Categories: ବାଣିଜ୍ୟ

ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ ୫ ଯାତ୍ରୀ କୋଭିଡ ପଜିଟିଭ ବାହାରିବା କାରଣରୁ ହଂକଂ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିମାନ କମ୍ପାନୀକୁ ୧୪ ଦିନ ଲାଗି ବ୍ୟାନ କରାଯାଇଥିବା ଏୟାର ଇଣ୍ଡିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ନୂଆଦିଲ୍ଲୀରୁ ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ହଂକଂ ୩ ଥର ବ୍ୟାନ କରିଛି। ଏୟାର ଏସିଆ ଉପରେ ମଧ୍ୟ ସମାନ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

Share