ନୂଆଦିଲ୍ଲୀ:ହଂକଂ ଚତୁର୍ଥ ଥର ଲାଗି ଏୟାର ଇଣ୍ଡିଆ ବିମାନକୁ ବାତିଲ କରିଛି। ଏହି ବିମାନ କମ୍ପାନୀ ଫ୍ଲାଇଟ୍ରେ ଜଣେ କୋଭିଡ୍-୧୯ ସଂକ୍ରମିତ ଯାତ୍ରୀ ବାହାରିବାରୁ କଟକଣା ଲଗାଯାଇଥିବା ଜଣାପଡିଛି। ନଭେମ୍ବର ୧୦ ଯାଏ ମୁମ୍ବାଇରୁ ଯାଉଥିବା ବିମାନଗୁଡିକ ଏଭଳି ନିୟମ ଲାଗୁ ହେବ। ଏହା ପୂର୍ବରୁ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଫ୍ଲାଇଟ୍କୁ ଅକ୍ଟୋବର ୧୭ ଏବଂ ୩୦ ମଧ୍ୟରେ ବାତିଲ କରାଯାଇଥିଲା। ଅକ୍ଟୋବର ୨୫ରେ ଏୟାର ଇଣ୍ଡିଆର ଏକ ବିମାନରେ ୫ ଜଣ କୋଭିଡ୍ ପଜିଟିଭ ବାହାରିଥିଲେ। ଏଭଳି କ୍ଷେତ୍ରରେ ହଂକଂ ପ୍ରାୟ ୨ ସପ୍ତାହ ଉଡ଼ାଣ ବାତିଲ କରୁଥିବା ଜଣାପଡ଼ିଛି।