ହଂକଂରେ କରୋନା ଅଣାୟତ୍ତ, ପୁଣି ଲକ୍‌ଡାଉନ୍‌ ଆଶଙ୍କା, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ହଂକଂ,୧।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ସଙ୍କଟ ସୃଷ୍ଟି କରିଛି। ମୃତ ଦେହଗୁଡ଼ିକୁ ରଖିବା ପାଇଁ ଶବାଗାରରେ ସ୍ଥାନର ଅଭାବ ଦେଖାଦେଇଛି। ହଂକଂର ବହୁ ଲୋକ କରୋନା ଟିକା ନେଇ ନାହାନ୍ତି।
ଏଭଳି ଧାରା ଜାରି ରହିଲେ ଖୁବ୍‌ ଶୀଘ୍ର ଲକ୍‌ ଡାଉଡାଉନ୍‌ ହେବାର ଆଶଙ୍କା ଥିବା କୁହାଯାଉଛି।

ସହରର ପବ୍ଲିକ୍‌ ଡାକ୍ତରଙ୍କ ଆସୋସିଏଶନ୍‌ର ପ୍ରମୁଖ ଟୋନି ଲିଙ୍ଗ କହିଛନ୍ତି ଯେ, ଶବାଗାରରେ ସ୍ଥାନର ଅଭାବ ଦେଖାଦେଇଛି। ପ୍ରିୟ ପରିଜନଙ୍କ ମୃତଦେହ ନେବାଲାଗି ହସ୍ପିଟାଲ ଗୁଡ଼ିକ ସମ୍ମୁଖରେ ଲମ୍ବା ଧାଡ଼ି ଲାଗି ରହୁଛି। ସ୍ଥିତି ପୁଣିଥରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ସରକାର ଲକ୍‌ଡାଉନ୍‌ ଲାଗୁ କରିବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Share