ହଂକଂରୁ ଲସ ଆଞ୍ଜେଲସ ଯାଉଥିବା ବିମାନର ଟାୟାର ଫାଟିଲା, ୧୧ଆହତ

ହଂକଂ,୨୫।୬: ହଂକଂର କ୍ୟାଥେ ପ୍ୟାସିଫିକ ବିମାନ ସିଏକ୍ସ୮୮୦ରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେବାରୁ ଶନିବାର ସକାଳେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକଅପ କରିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଯୋଗୁ ୧୧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ହଂକଂରୁ ଲସ ଆଞ୍ଜେଲସ ଯାଉଥିବା ଏହି ବିମାନରେ ୧୭ କ୍ରୁ ମେମ୍ବର ଓ ୨୯୩ ଯାତ୍ରୀ ଥିଲେ।
କ୍ୟାଥେ ଏୟାରଲାଇନ୍ସ ଏକ ବୟାନ ଜାରି କରି କହିଛି ଯେ ଯେତେବେଳେ ବିମାନଟି ଉଡ଼ାଣ ଭରିବାକୁ ଯାଉଥିଲା, ସେତେବେଳେ କର୍ମଚାରୀମାନେ କିଛି ଯାନ୍ତ୍ରୀକ ତ୍ରୁଟି ଚିହ୍ନଟ କରିଥିଲେ, ଯାହା ପରେ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପଟେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି କି ବିମାନର ଟାୟାର ଅଧିକ ଗରମ ହୋଇ ଫାଟି ଯିବାରୁ ଏହାର ଉଡାଣକୁ ବାତିଲ କରି ଦିଆଯାଇଥିଲା।

Share