ହଂକଂରେ ସିଗାରେଟ ପିଉଥିବା ଲୋକଙ୍କ ବିରୋଧରେ ପୋଲିସ ନୁହେଁ, ଜନତା ନେବେ ଆକ୍ସନ

ଭିକ୍ଟୋରିଆ,୨୦।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଅନୁଯାୟୀ, ପ୍ରତିବର୍ଷ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ଯୋଗୁ ହେଉଛି। ଏଥିମଧ୍ୟରୁ ୨୦ ଲକ୍ଷଙ୍କ ଜୀବନ ହୃଦରୋଗ ଯୋଗୁ ଯାଉଛି। ତେବେ ବିଶ୍ୱର ପ୍ରତ୍ୟେକ କୋଣରେ ସିଗାରେଟ ଟାଣୁଥିବା ଲୋକ ରହିଛନ୍ତି। ସିଗାରେଟ କେବଳ ଧୂମ୍ରପାନକାରୀଙ୍କୁ ଏହାର ଶିକାର କରେ ନାହିଁ, ବରଂ ଯେଉଁମାନଙ୍କ ନିକଟରେ ସିଗାରେଟ ଧୂଆଁ ପହଞ୍ଚେ, ସେମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୁଏ।
ଜନସାଧାରଣଙ୍କୁ ସିଗାରେଟ ନିଶା ମୁକ୍ତ କରିବା ପାଇଁ ହଂକଂ ସରକାର ଏକ ଆକର୍ଷଣୀୟ ଅଭିଯାନ ଆରମ୍ଭ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଜନତା ବୁଲି ବୁଲି ଦେଖନ୍ତୁ ନଚେତ୍‌ ହୀନ ଦୃଷ୍ଟିରେ ଦେଖନ୍ତୁ। ଏହାସହ ସିଗାରେଟ ଟାଣୁଥିବା ଲୋକଙ୍କୁ ଅନାଇ ସେମାନଙ୍କୁ କହିବ ଯେ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଲ ଅଟେ।
ହଂକଂର ସ୍ବାସ୍ଥ୍ୟ ସଚିବ ପ୍ରଫେସର ଲୋ ବିଧାନ ପରିଷଦର ସ୍ବାସ୍ଥ୍ୟ ସେବା ପ୍ୟାନେଲର ଏକ ବୈଠକରେ କହିଛନ୍ତି ଯେ ସମସ୍ତେ ସେମାନଙ୍କ ଆଡକୁ ଚାହିଁଲେ ଧୂମପାନକାରୀମାନେ ପ୍ରତିକ୍ରିୟା କରିପାରିବେ ନାହିଁ। ସିଗାରେଟ ଧୂମ୍ରପାନକାରୀଙ୍କ ଉପରେ ନଜର ପକାଇବା ସମାଜରେ ଧୂମ୍ରପାନ ନକରି ସଂସ୍କୃତିକୁ ପ୍ରୋତ୍ସାହିତ କରିବ।

Share