କୋଭାକ୍ସିନକୁ ମଞ୍ଜୁରୀ ଦେଲା ହଂକଂ

ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି। ଅନେକ ବିକଶିତ ଦେଶ ପରେ, ଏବେ ହଂକଂ କୋଭାକ୍ସିନକୁ ମଞ୍ଜୁରୀ ଦେଇଛି। ହଂକଂ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତ ବାୟୋଟେକ ନିର୍ମିତ କୋଭାକ୍ସିନ ଏବେ ହଂକଂରେ ସ୍ବୀକୃତିପ୍ରାପ୍ତ କୋଭିଡ-୧୯ ଟିକା ତାଲିକାରେ ଅଛି। ଏପର୍ଯ୍ୟନ୍ତ ୯୬ଟି ଦେଶ କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସ୍ବୀକୃତି ଦେଇଛନ୍ତି। ଏହି ଉଭୟ କୋଭିଡ-୧୯ ଟିକା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ର ଜରୁରୀକାଳୀନ ବ୍ୟବହାର ତାଲିକା (ଇୟୁଏଲ) ରେ ଅଛି। ଏହାପୂର୍ବରୁ ଭିଏତନାମ ମଧ୍ୟ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛି। ହଂକଂରେ ରୁଷିଆ ନିର୍ମିତ ସ୍ପୁଟ୍‌ନିକ ଭି, ଭାରତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପରୀକ୍ଷିତ କୋଭିଶିଲ୍ଡ, ଚାଇନା ଦ୍ୱାରା ନିର୍ମିତ ସିନୋଫାର୍ମ ମଧ୍ୟ ସ୍ବୀକୃତିପ୍ରାପ୍ତ।

Share