Advertisement

ଟସ୍‌ ଜିତିଲା ହଂକଂ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଦୁବାଇ,୩୧।୮: ଏସିଆ କପ୍‌ ୨୦୨୨ରେ ଭାରତ ଦ୍ୱିତୀୟ ମ୍ୟାଚ୍‌ ଆଜି ହଂକଂକୁ ଭେଟୁଛି। ଏହି ମ୍ୟାଚ୍‌ରେ ହଂକଂ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମ୍‌ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ହାର୍ଦ୍ଦକ ପାଣ୍ଡ୍ୟାଙ୍କ ବଦଳରେ ଦଳରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଏହି ମ୍ୟାଚ୍‌ ଜିତି ଭାରତ ଏସିଆ କପ୍‌ର ସୁପର ୪ ରେ ସ୍ଥାନ ପାଇବାକୁ ଚେଷ୍ଟା କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share