Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଅନର୯୦ ୫ଜି

ଭୁବନେଶ୍ୱର,୨୧।୯: ଏଚ୍‌ଟେକ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅନର ୯୦ ୫ଜିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କମ୍ପାନୀର ବରିଷ୍ଠ ଅଧିକାରୀ ଓ ପାର୍ଟନରଙ୍କ ଉପସ୍ଥିତିରେ ଅନର ୯୦ ୫ଜି ଆନୁଷ୍ଠାନିକ ଭାବେ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା।

ଏପରିକି ଏକ ସ୍ବତନ୍ତ୍ର ଉତ୍ସବରେ ଅନର୯୦ ୫ଜିକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ବିଶେଷକରି ଏଆଇ ବ୍ଲଗ୍‌ ମାଷ୍ଟର ଥିବା ଏକ ଆକର୍ଷଣୀୟ ୨୦୦ ଏମ୍‌ପି ମେନ୍‌ କ୍ୟାମେରା ଓ ୩୮୪୦ ଏଚ୍‌ଜେଡ୍‌ ପିଡବ୍ଲ୍ୟୁଏମ୍‌ ଡିମିଙ୍ଗ୍‌ ଟେକ୍ନୋଲୋଜି ସହ କ୍ୱାଡ୍‌-କର୍ଭଡ୍‌ ଫ୍ଲୋଟିଂ ଡିସ୍‌ପ୍ଲେ ଆଦିରେ ସୁସଜ୍ଜିତ ରହିଛି। ଅନର ୯୦ ୫ଜିରେ ଟ୍ରିପଲ କ୍ୟାମେରା ଏକ୧୨ଏମ୍‌ପି ଅଲ୍‌ଟ୍ରା-ୱାଇଡ୍‌, ୧୧୨ଂ ଫିଲ୍ଡ ଅଫ୍‌ ଭ୍ୟୁ ସହ ମାକ୍ରୋ କ୍ୟାମେରା ଓ ଏକ ୨ଏମ୍‌ପି ଡେପ୍‌ଥ କ୍ୟାମେରା ସାମିଲ ଥିବାବେଳେ ଫ୍ରଣ୍ଟରେ ଏକ ୫୦ ଏମ୍‌ପି କ୍ୟାମେରା ରହିଛି।

ଅନର ୯୦ ୫ଜି ଏକ ବୃହତ୍‌ ୫୦୦୦ଏମ୍‌ଏଏଚ୍‌ ବ୍ୟାଟେରି ସହ ସ୍ମାର୍ଟଫୋନ୍‌ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ ୭ଜେନ୍‌ ୧ ଆକ୍‌ସିଲରେଟେଡ୍‌ ଏଡିସନ ପ୍ରୋସେସର ଦ୍ୱାରା ପରିଚାଳିତ କରାଯାଉଛି। ଏ ସମ୍ପର୍କରେ ଏଚ୍‌ଟେକ୍‌ର ସିଇଓ ମାଧବ ସେଠ୍‌ କହିଛନ୍ତି,ଅନରର ମଜଭୁତ ନେଟ୍‌ୱର୍କ ଓ ମୂଲ୍ୟ ଶୃଙ୍ଖଳାର ବ୍ୟବହାରକରି ଆମେ ଅନର୯୦ ୫ଜିକୁ ଓଡ଼ିଶା ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ।

Share