Categories: ବାଣିଜ୍ୟ

ଅନର୍‌୯୦ ୫ଜି ଉନ୍ମୋଚିତ

ଭୁବନେଶ୍ୱର,୧୮।୯: ଏଚ୍‌ଟେକ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅନର୍‌୯୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ସେହିଭଳି ଶିଳ୍ପ ଅଗ୍ରଣୀ କ୍ୱାଡ୍‌-କର୍ଭଡ ଫ୍ଲୋଟିଙ୍ଗ୍‌ ଡିସେ୍‌ପ୍ଲ ସହ ସୁସଜ୍ଜିତ ଅନର୍‌୯୦ ୫ଜିରେ ୩ଟି କ୍ୟାମେରା ଯଥା ୨୦୦ ଏମ୍‌ପି ମେନ୍‌ କ୍ୟାମେରା, ୧୨ଏମ୍‌ପି ଅଲ୍‌ଟ୍ରାୱାଇଡ୍‌ କ୍ୟାମେରା ଓ ୫୦ଏମ୍‌ପି ସେଲ୍‌ଫି କ୍ୟାମେରାରୁ ୩୦ଏଫ୍‌ପିଏସ୍‌ରେ ୪କେ ଭିଡିଓ ରେକର୍ଡିଙ୍ଗ୍‌ ପ୍ରଦାନ କରିବା ପାଇଁ ପ୍ରୋସେସର ଶକ୍ତିକୁ ବ୍ୟବହାର କରିଥାଏ।

ଏ ସମ୍ପର୍କରେ ଏଚ୍‌ଟେକ୍‌ର ସିଇଓ ମାଧବ ସେଠ୍‌ କହିଛନ୍ତି, ଅନର୍‌୯୦ ୫ଜି’ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଅନର୍‌ର ମଜଭୁତ ନେଟ୍‌ୱର୍କ ଓ ମୂଲ୍ୟ ଶୃଙ୍ଖଳାର ବ୍ୟବହାର କରି ଆମେ ଭାରତ ବଜାରରେ ପ୍ରଥମ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଛୁ।

Share