ପ୍ରେମ ପାଇଁ ଅନର କିଲିଂ: ୭ କୋର୍ଟ ଚାଲାଣ

ବାଲିଗୁଡ଼ା,୭ା୯(ଡି.ଏନ୍‌.ଏ.): ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ପ୍ରେମିକଙ୍କୁ ହତ୍ୟା କରିଥିଲେ ଝିଅର ପରିବାର ଲୋକେ। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ବାଲିଗୁଡ଼ା ପୋଲିସ ୧୭ ଜଣକୁ ଅଟକରଖି ପଚରାଉଚରା କରୁଥିଲା। ସେଥି ମଧ୍ୟରୁ ବୁଧବାର ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୬ ଜଣଙ୍କ ପଚରାଉଚରା ପାଇଁ ରଖାଯାଇଥିବା ଥାନାଧିକାରୀ କହିଛନ୍ତ।

କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡ଼ା ବସ୍ତିର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ। ଯୁବତୀ ଜଣକ କଲେଜରେ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କିନ୍ତୁ ଶେଷରେ ପ୍ରେମ ପାଇଁ ଶୁକଦେବଙ୍କର ଜୀବନ ଚାଲିଗଲା। ଅଗଷ୍ଟ ୨୬ରେ ଶୁକଦେବ କୁଆଡ଼େ ଯୁବତୀଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ। ଏତିକିବେଳ ଝିଅର ବାପା ଶୁକଦେବଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ। ସାହି ପଡ଼ିଶାଙ୍କୁ ଖବର ଦେଇ ଶୁକଦେବଙ୍କୁ ଟାଣି ଆଣି ପିଟାପିଟି କରିଥିଲେ। ଘଟଣା ସ୍ଥଳରେ ଶୁକଦେବଙ୍କ ଜୀବନ ଚାଲି ଯାଇଥିଲା। ପରେ ଏକ ଜରି ବସ୍ତାରେ ବାନ୍ଧି ଶୁକଦେବଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଶୁକଦେବ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଶୁକଦେବଙ୍କୁ ହତ୍ୟା କରାଯାଇଥିବା ନେଇ ସୁରାକ ପାଇଥିଲା । ଏହା ପରେ ଜଙ୍ଗଲରୁ ଶୁକଦେବଙ୍କ ଗଳିତ ମୃତଦେହକୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା l ବୁଧବାର ଉକ୍ତ ହତ୍ୟାରେ ସମ୍ପୃକ୍ତ ଯୁବତୀଙ୍କ ବାପା ଦୁଃଶାସନ ମଲ୍ଲିକଙ୍କ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦୀପ ସେଠୀଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri