ସୁକିନ୍ଦାରେ ଅନରକିଲିଂ

ଯାଜପୁର/କଳିଙ୍ଗନଗର (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ),୧ା୧୦: ସୁକିନ୍ଦା ଗାଁର ଦେବରଞ୍ଜନ ସିଂ ସାମନ୍ତଙ୍କ ପୁଅ ସୁଶୀଲମୟ ସିଂ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବିଜୟଲକ୍ଷ୍ମୀ ଓବିସି ଏବଂ ସୁଶୀଲ କ୍ଷତ୍ରିୟ ଜାତିର। ତେଣୁ ସୁଶୀଲଙ୍କ ପରିବାର ଲୋକେ ସେମାନଙ୍କୁ ଘରୁ ବାହାର କରି ଦେଇଥିଲେ। ଫଳରେ ସୁଶୀଲ ଓ ବିଜୟଲକ୍ଷ୍ମୀ ସୁକିନ୍ଦା ଅଞ୍ଚଳର ଏକ ଭଡ଼ା ଘରେ ରହି ଆସୁଥିଲେ। ତାଙ୍କର ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। ସୁଶୀଲ ବାଙ୍ଗାଲୋରରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାବେଳେ କିଛି ମାସ ହେବ ଘରକୁ ଆସିଥିଲେ। ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ, ପରିବାର ଲୋକେ ପୂର୍ବରୁ ବିଭିନ୍ନ ସମୟରେ ସୁଶୀଲଙ୍କଠାରୁ ଉଧାର ଆକାରରେ ଲକ୍ଷାଧିକ ଟଙ୍କା ନେଇଥିଲେ। ଘର ତିଆରି କରିବାକୁ ଟଙ୍କା ଆବଶ୍ୟକ ପଡ଼ିବାରୁ ସୁଶୀଲ ତାଙ୍କ ବାପାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ତାହାକୁ ନେଇ ମତଭେଦ ଆରମ୍ଭ ହୋଇଥିଲା। ଟଙ୍କା ନ ଦେଇ ବିଭିନ୍ନ ଆଳ ଦେଖାଉଥିଲେ ପରିବାର ଲୋକେ। ତେବେ ସୁଶୀଲ ପୁଣି ବାଙ୍ଗାଲୋର ଯିବା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ଗତ ୧୬ ତାରିଖରେ ନିଜ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ପରଦିନ ଘର ନିକଟ କୂଅରୁ ତାଙ୍କ ମୃତଦେହ ମିଳିଥିଲା। ୧୭ ତାରିଖରେ ଅଗ୍ନିଶମ ବାହିନୀ ଉକ୍ତ କୂଅରୁ ସୁଶୀଲଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୁକିନ୍ଦା ଥାନା ପୋଲିସ ୩୨/୨୦୨୪ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗତ ୧୮ ତାରିଖରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବିଜୟଲକ୍ଷ୍ମୀ ଘଟଣାର ୨ ଦିନ ପରେ ୧୯ ତାରିଖରେ ସୁକିନ୍ଦା ଥାନାରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ସୁଶୀଲଙ୍କ ବାପା, ମା’, ୫ ଭଉଣୀ ଓ ଜଣେ ମାମୁ ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି। ଘଟଣାକୁ ପ୍ରାୟ ୧୩ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ପୋଲିସର ତଦନ୍ତ ସେତେଟା ଫଳପ୍ରଦ ହୋଇପାରିନାହିଁ। ଏଯାଏ ସୁଶୀଲଙ୍କ ମୃତ୍ୟୁ ଘଟଣାର ରହସ୍ୟ ପର୍ଦ୍ଦାଫାଶ କରିବାରେ ପୋଲିସ ବିଫଳ ହୋଇଛି। ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ହେବା ପରେ ସୁଶୀଲଙ୍କ ପରିବାର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ତଦନ୍ତ ଅଧିକାରୀ ମଦନମୋହନ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା

ବଣାଇଁ,୧୩ା୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘଦିନ ହେବ ଗ୍ରାମର ଜେନା ମୁଣ୍ଡାରୀ ଘର...

ଆଜି ବି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର,୧୩ା୩: କଂଗ୍ରେସ ସଦସ୍ୟ ବିଧାନସଭା ବୟକଟ କରି ଗୁରୁବାର ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟମାନେ ଆଜି...

ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୩ା୩: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଗିରଫ ହୋଇଥିବା ଗୁରୁବାର...

ବାଳକ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ: ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ପୁରସ୍କୃତ

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ...

ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ

କାଲିମେଳା, ୧୩।୩(ଜୀବନ କୃଷ୍ଣ ଦାସ): ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ। କାଲିମେଳା ପୋଲିସ ଦ୍ୱରା ପୋଡ଼ଶୀ ରାଜ୍ୟ ଚାଲାଣ ହେଉଥିବା ଗାଈ ଜବତ ସହିତ...

ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ସହଯୋଗ ଲୋଡ଼ିଲେ ଡିଏଫ୍‌ଓ

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଗୁରୁବାର ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ କଣ୍ଟେଇପଲ୍ଲୀ ଛକରୁ ଏକ...

ଚମକିଲେ କଳାହାଣ୍ଡିର ପୁଅ ଆଶିଷ ସରାଫ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ରେଳବାଇ ଅଡିଟୋରିୟରେ ବିଶ୍ବ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ବିୟୁଟି ଏକ୍ସପୋ ସିଜିନ ୯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେକ୍‌ଅପ୍‌...

ନୂଆପଡ଼ା ଜିଲାରେ ୧୭,୫୩୬ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ

ନୂଆପଡ଼ା,୧୩ା୩ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜିଲା ପ୍ରଶାସନ ଓ ଓଡ଼ିଶା ଜୀବିକା ମିଶନ ନୂଆପଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri