Posted inବଜେଟ

ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ଭୁବନେଶ୍ୱର,୨୧।୮: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ.ମହାନ୍ତିଙ୍କୁ ଶନିବାର ସମ୍ମାନଜନକ ଡକ୍ଟରେଟ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମହାନ୍ତିଙ୍କୁ ଡିଗ୍ରୀ ଅଫ୍‌ ଡକ୍ଟରେଟ୍‌ ଲେଟର(ଅନରିସି କାଜା) ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ମହାନ୍ତି ଉକ୍ତ ଉପାଧି ଗ୍ରହଣ କରିଥିଲେ। ବିଶେଷକରି ଓଡ଼ିଶା ହୋଟେଲ ଏବଂ ଟ୍ରାଭେଲ ଶିଳ୍ପରେ ଦୀର୍ଘ ୪୨ ବର୍ଷର ଅଭିଜ୍ଞତା ଓ ଅବଦାନ ପାଇଁ ମହାନ୍ତିଙ୍କୁ ଏହି ସମ୍ମାନଜନକ ଉପାଧି ଦିଆଯାଇଥିବା କିଟ୍‌ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ମହାନ୍ତି କହିଥିଲେ, ଏହି ସମ୍ମାନ ଓ ଉପାଧି ଆଗାମୀ ଦିନରେ ଏକ ନୂଆ ଉତ୍ସାହ ଓ ଶକ୍ତି ଯୋଗାଇବ। ଏପରିକି ଦୀର୍ଘ ବର୍ଷର କର୍ମଫଳ ଓ କଠିନ ପରିଶ୍ରମର ଏହା ଫଳ ବୋଲି ମହାନ୍ତି ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହାନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଥିବାବେଳେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଭାବେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ନିୟନ୍ତ୍ରଣ, ଜଳସେଚନ ପ୍ରକଳ୍ପପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୪।୦୭: ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର ଆର୍ଥିକ...

ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ...

ନିଯୁକ୍ତି, ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଲେ ମୋଦି ସରକାର, ଏଥର ମିଳିବ ଚାକିରି

ନୂଆଦିଲ୍ଲୀ,୨୪।୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ କରିଥିବା ବଜେଟରେ ନିଯୁକ୍ତି, ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୪.୧ କୋଟି ଯୁବବର୍ଗଙ୍କ ନିମନ୍ତେ...

ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୪।୦୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ...

ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ କେତେ କୋଟି ଦେଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୪।୦୭: ମନ୍ତ୍ରଣାଳୟ ଅନୁଯାୟୀ ବ୍ୟୟବରାଦ (କୋଟିରେ) ୧ ଅର୍ଥ ମନ୍ତ୍ରଣାଳୟ ୧୮,୫୮,୧୫୮.୫୨ ୨ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୨୧,୯୪୦.୮୫ ୩ ସଡ଼କ ପରିବହନ ଓ ରାଜପଥ...

ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ...

ଏହି କ୍ଷେତ୍ର ପାଇଁ ସବୁଠାରୁ ଅଧିକ ଟଙ୍କା ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୨୩।୦୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ...

ଜାଣନ୍ତୁ ଏଥର ବଜେଟ୍‌ରେ କ’ଣ  ରହିଛି

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri