Categories: ଜାତୀୟ

ଓଡ଼ିଆ ପୁଅ ବିମଳଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନ କରିଛନ୍ତି।

୨୦୨୩ ମାର୍ଚ୍ଚ ୧୨ ତାରିଖ। ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେଶନାଲ ଏମର୍ଜେନ୍ସି ନେଇ ରିପୋର୍ଟ କରିଥିଲା। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍‌ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ଏନେଇ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା। ଲିଡ ଡାଇଭର ଭାବେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରା ।

ଯେଉଁଠି ଜାହାଜ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଥିଲା। ତଥାପି ସେ ଅପରେଶନରେ ଯାଇ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ । ସାହସିକତାର ସହ ୧୮ ଫୁଟ ତଳକୁ ସେ ଓହ୍ଲାଇଥିଲେ । ପାଣି ମାଡ଼ ବିନା ବିଶ୍ରାମରେ ସେ ଡାଇଭିଂ ଜାରି ରଖିଥିଲେ । ପ୍ରତିକୂଳ ପରିସ୍ଥିତିରେ ଫଳତାର ସହ ଜାହାର ଗୋଟିଏ ପାଶର୍‌ବରୁ ଅନ୍ୟ ପାଶର୍‌ବକୁ ୧୦୦ ଫୁଟ ପାର କରି ସେ ଟରେଷ୍ଟ ଏରିଆରେ ପହଞ୍ଚି ଥିଲେ। ନିଜ ସୁରକ୍ଷାକୁ ଭୃକ୍ଷେପ ନ କରି ଯେଉଁ ବୀରତ୍ୱ ଦେଖାଇଥିଲେ ସେନେଇ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି।

Share