ଗଣତନ୍ତ୍ର-ସ୍ବାଧୀନତାକୁ ଦିଆଯାଉ ସମ୍ମାନ: ଜେଲେନସ୍କି…

ଟୋକିଓ,୨୧।୫ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସୀମାରେ ପହଞ୍ଚି ଜି-୭ ଦେଶର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଯୁଦ୍ଧ ନେଇ ଜି-୭ ଦେଶର ସମର୍ଥନ ଲୋଡିଛନ୍ତି। ଜେଲେନସ୍କି ରବିବାର କହିଛନ୍ତି ସମସ୍ତ ସହଯୋଗୀ ଏବଂ ଅଂଶୀଦାରମାନଙ୍କଠାରୁ ସେ ଏକ ସ୍ତରର ସହଯୋଗ ହାସଲ କରିଛନ୍ତି ଯାହା ନିଶ୍ଚିତ କରେ ଗଣତନ୍ତ୍ର, ଅନ୍ତର୍ଜାତୀୟ ଆଇନ ଏବଂ ସ୍ବାଧୀନତାକୁ ସମ୍ମାନ ଦିଆଯାଉ।

ଆମର ମୂଲ୍ୟବୋଧକୁ ଅଣଦେଖା କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଏହା ଅସମ୍ଭବ ବୋଲି ସେ କହିଛନ୍ତି। ଆମର ଶକ୍ତି ବୃଦ୍ଧି ପାଉଛି। ଯିଏ ଗଣତାନ୍ତ୍ରିକ ଦେଶ ବିରୁଦ୍ଧରେ ଆକ୍ରମଣାତ୍ମକ ହେବାକୁ ଚାହୁଁଛି, ତାହାର ପ୍ରତିକ୍ରିୟା କ’ଣ ହେବ ତାହା ଏବେ ଦେଖିବାକୁ ବାକି ରହିଲା। ରୁଷିଆର ନାମ ନ ନେଇ ସେ ଏଭଳି କହିଛନ୍ତି।

Share