ରାୟପୁର,୧୭।୨: ଛତିଶଗଡ ସରକାର ରାଜ୍ୟରେ ହୁକ୍କା ବାର କାରବାରକୁ ବେଆଇନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲଗୁଡିକରେ ହୁକ୍କା ବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଜରିମାନା ଆଦାୟ ହେବ ବୋଲି କୁହାଯାଇଛି। ତେବେ ରାଜ୍ୟରେ ନିଶା କାରବାର ବଢୁଥିବାବେଳେ ଏଭଳି ନିଷ୍ପତ୍ତି ଯୁବପିଢିଙ୍କ ସ୍ବାସ୍ଥ୍ୟ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।