ଅଧୁରା ରହିଲା ଆଶା

ବେଳେବେଳେ ଏ ମନ ଯାହା ଚାହେଁ ତାହା ପୂରଣ ହୋଇ ନ ଥାଏ। ଠିକ୍‌ ସେମିତି ପାଠ ପଢ଼ିବା ସମୟରେ ୟାମି ଗୌତମ ଭବଷ୍ୟତରେ କ’ଣ କରିବାକୁ ଲକ୍ଷ୍ୟ ରଖିଥିଲେ ଜାଣନ୍ତି ? ଓକିଲାତି ପଢ଼ିବାକୁ ତାଙ୍କର ଆଶା ଥିଲା। କିନ୍ତୁ ତାହା ପୂରଣ ହୋଇପାରି ନ ଥିଲା। ଏ ନେଇ ୟାମି କହନ୍ତି, ‘ଏବେ ମୁଁ ଅଭିନୟ ମାୟାରେ ପଡ଼ିଯାଇଛି। ହେଲେ ଯେତେବେଳେ ପାଠ ପଢ଼ୁଥିଲି ମୋର ଆଶା ଥିଲା ପାଠ ଶେଷ ହେବା ପରେ ଓକିଲାତି ପଢ଼ି ଓକିଲ ହେବି। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଏପରି କି ଆଇଏଏସ ପାଇଁ ଚେଷ୍ଟା କରିଥିଲି। ତାହା ମଧ୍ୟ ପୂରଣ ହୋଇ ନ ଥିଲା। କିନ୍ତୁ ଏବେ ମଁୁ ଆକ୍ଟିଂ ପ୍ରତି ଅଧିକ ଗୁରୁତ୍ୱ ଦେଉଛି। ଯାହା ଆଶା ଥିଲା ତାହା ତ ପୂରଣ ହେଲା ନାହିଁ, ହେଲେ ଆକ୍ଟିଂରେ ନିଜକୁ ଜଣେ ନାମୀ ଅଭିନେତ୍ରୀ ଭାବରେ ପରିଚିତ କରାଇବାକୁ ଲକ୍ଷ୍ୟ ରଖିଛି।’ ବଲିଉଡ୍‌ରେ ସେ ଗୋଟିଏ ଦଶନ୍ଧି ପୂରଣ କରିବାକୁ ଯାଉଛନ୍ତି। କନ୍ନଡ ଫିଲ୍ମ ‘ଉଲ୍ଲାସ ଉତ୍ସାହ’ରେ ତାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା। ତା’ପରେ ସେ ବଲିଉଡ୍‌ମୁହଁା ହୋଇଥିଲେ। ୟାମିଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଭିକି ଡୋନର’। ଅବସର ମିଳିଲେ ୟାମି କ’ଣ କରନ୍ତି ଜାଣନ୍ତି ? ଏହି ସମୟରେ ସେ ମନ ପସନ୍ଦର ଗୀତ ଶୁଣିଥାଆନ୍ତି।

Share