Categories: ଖେଳ

ଇଣ୍ଡିଜ୍‌ ଦଳକୁ ଫେରିଲେ ହୋପ୍‌, ଥୋମାସ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨ା୮(ପି.ଟି.): ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି ୨୦ ସିରିଜ୍‌ ପାଇଁ ୧୫ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା କରାଯାଇଛି। ରୋଭମାନ ପାଓ୍ବେଲଙ୍କୁ ଦଳର ଅଧିନାୟକ ରଖା ଯାଇଥିବା ବେଳେ ଶାଇ ହୋପ୍‌ ଓ ଓସେନ୍‌ ଥୋମାସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦିନିକିଆ ଦଳର ଅଧିନାୟକ ରହିଥିବା ଶାଇ ହୋପ୍‌ ଫେବୃୟାରୀ ମାସରେ ଶେଷ ଥର ପାଇଁ ଟି ୨୦ ମ୍ୟାଚ୍‌ ଖେଳିଥିଲେ। ଭାରତ ଗସ୍ତରେ ଆସିଥିବା ଦଳରେ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ। ଅନ୍ୟପକ୍ଷରେ ଓସେନ୍‌ ଥୋମାସ ଡିସେମ୍ବର ୨୦୨୧ରେ ଶେଷ ଥର ପାଇଁ ଟି୨୦ ଖେଳିଥିଲେ। କାଇଲ ମେୟର୍ସଙ୍କୁ ଏହି ଦଳର ଉପ ଅଧିନାୟକ ରଖାଯାଇଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ ଫ୍ଲୋରିଡାରେ ଖେଳାଯିବ।
ଓ୍ବେଷ୍ଟଇଣ୍ଡିଜ ଦଳ
ରୋଭମାନ ପାଓ୍ବେଲ (ଅଧିନାୟକ), କାଇଲ ମେୟର୍ସ, ଜନସନ୍‌ ଚାଲର୍‌ସ, ରୋଷ୍ଟନ ଚେଜ୍‌, ଶିମରନ୍‌ ହେଟମେୟର, ଜାସନ ହୋଲ୍ଡର, ଶାଇ ହୋପ୍‌, ଅକିଲ୍‌ ହୋସେନ୍‌, ଅଲଜାରୀ ଯୋଶେଫ, ବ୍ରାଣ୍ଡନ କିଙ୍ଗ, ଓବେଡ ମ୍ୟାକୟ, ନିକୋଲାସ୍‌ ପୁରନ୍‌, ରୋମାରିଓ ଶେଫର୍ଡ, ଓଡ଼ିନ ସ୍ମିଥ୍‌, ଓସେନ୍‌ ଥୋମାସ।

Share