ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…

ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି। ବାସ୍ତବରେ, ବର୍ତ୍ତମାନ ବିରୁଡି ରୋମ ସହରରେ ନିଜର ଆତଙ୍କ ସୃଷ୍ଟି କରିଛି । ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହା ସାମ୍ନାକୁ ଆସିଛି ଭେସ୍ପା ଓରିଏଣ୍ଟାଲିସ ହେଉଛି ଏକ ଓରିଏଣ୍ଟାଲ ହର୍ନେଟ(ବିରୁଡି )। ଏହା ସହିତ, ହର୍ନେଟ ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି ଏହି ହର୍ନେଟଗୁଡିକ ସାଧାରଣତଃ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ, କିନ୍ତୁ ଆଜିକାଲି ଇଟାଲୀର ରୋମ ସହରରେ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ଗଣମାଧ୍ୟମର ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି ୨୦୨୧ ମସିହାରେ ରୋମର ମୋଣ୍ଟେଭେର୍ଡେ ଜିଲାରେ ଲାଲ-ବାଦାମୀ ବିରୁଡି ପୁନର୍ବାର ଦେଖାଯାଇଥିଲା। ଏହାପୂର୍ବରୁ ୧୯୫୦ ମସିହାରେ, ବିରୁଡି ବଂଶ ଦେଖାଦେଇଥିଲେ। ରୋମରେ ବ୍ୟାପିଥିବା ଏହି ସମସ୍ୟାର ମୁକାବିଲା ପାଇଁ କୌଣସି ସରକାରୀ ଯୋଜନା ସମ୍ପର୍କରେ ପ୍ରଶାସନ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରିନାହିଁ।

ରୋମ ସହରରେ ବୃଦ୍ଧି ପାଉଥିବା ଆବର୍ଜନା ବିରୁଡି ବଂଶ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହ ସହିତ ରୋମର ବଢଚଥିବା ତାପମାତ୍ରା ବିରୁଡି ଦଂଖ୍ୟା ବୃଦ୍ଧି ହେବାର ସୁଯୋଗ ଦେଉଛି । ଏନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡିଛନ୍ତି।

 

Share