Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସପ୍ତମ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ର, ନୂତନ ଯୋଜନାରମ୍ଭ ଓ ବନ୍ଧୁମିଳନରୁ ଖୁସି ରହିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ସାମୟିକ ପ୍ରତିବନ୍ଧକଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ବୃଷ
ବୃଷ
ଆତ୍ମୀୟମାନଙ୍କ ସହଯୋଗରେ ଧର୍ମକାର୍ଯ୍ୟ, ସତ୍‌ସଙ୍ଗ ଓ ଆନୁଷ୍ଠାନିକ କାମ ପାଇଁ ଯୋଜନା କରିପାରନ୍ତି। ଉପଚୟସ୍ଥ ରବି ହେତୁ ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକ ଲାଗି ରହିବ। ବ୍ୟବହାରିକ ସ୍ଥାନରେ ଶୁକ୍ର, ଅର୍ଥ, ବିଳାସ ଉପକରଣ, ନୂତନ ମୈତ୍ରୀ ସମ୍ପର୍କ ସୃଷ୍ଟି କରିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହୋଇପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ରାହୁ ଅବସ୍ଥାନ କରିଥିବାରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ଅର୍ଥ ସମ୍ବନ୍ଧୀୟ କାରବାରରେ ବନ୍ଧୁ ସହିତ ମନୋମାଳିନ୍ୟ ଘଟିବାର ଆଶଙ୍କା ରହିଛି। ସାମୟିକ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ ଏବଂ ଦୂରଯାତ୍ରା ସକାଶେ ଦିନଟି ମନ୍ଦ ନୁହେଁ।
କର୍କଟ
କର୍କଟ
କର୍ମାଧିପ ଶନିଯୁକ୍ତ ଯୋଗୁ କର୍ମଜଞ୍ଜାଳ ବୃଦ୍ଧିଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। ପ୍ରତିଦ୍ୱନ୍ଦ୍ୱିତା, କ୍ରୀଡ଼ା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବିଚଳିତ ହୋଇପାରନ୍ତି। ବନ୍ଧୁ ପରିଜନଙ୍କ ସହିତ ଯାତ୍ରାରୁ ସୁଫଳ ପାଇବେ ଏବଂ ଲକ୍ଷ୍ୟ ପୂରଣ ହେବ।
ସି˚ହ
ସି˚ହ
ପୂର୍ବାହ୍ନରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। କାର୍ଯ୍ୟହାନି ହେତୁ କିମ୍ବା ପରୋକ୍ଷ ଶତ୍ରୁତାରୁ ମନ ଠିକ୍‌ ରହି ନ ପାରେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଅପରାହ୍ନରେ ପାଇବେ।
କନ୍ୟା
ବୃହସ୍ପତି ସହ ମଙ୍ଗଳଙ୍କ ସମ୍ବନ୍ଧ କାରଣରୁ କର୍ମକ୍ଷେତ୍ର ପ୍ରଶସ୍ତ ରହିବ। ଯାତ୍ରାରେ ସଫଳତା, ବାଣିଜ୍ୟ, ବ୍ୟବସାୟରେ ଲାଭ ଓ ସାମାଜିକ ସ୍ତରରୁ ସମ୍ମାନ ପାଇବେ। ଭାବ ପ୍ରବଣତାବଶତଃ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। ପ୍ରତିଦ୍ୱନ୍ଦ୍ୱିତା, ପ୍ରକାଶନ, ପ୍ରଶାସନ ଓ ପରିବହନରେ ସମସ୍ୟା ବୃଦ୍ଧି ହୋଇପାରେ।
ତୁଳା
ତୁଳା
ଲାଭ ଭାବରେ ରାଶ୍ୟାଧିପ ଥିବା କାରଣରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପଡ଼ୋଶୀ ସ୍ବାର୍ଥସାଧାନ ମାନସରେ ବାକ୍‌ଚାତୁରୀ କଥା କହିବେ। ଶନି ଓ ରବିଙ୍କ ପାରସ୍ପରିକ ବୈରତା କାରଣରୁ କଠିନ ପରିଶ୍ରମ କଲେ ମଧ୍ୟ ପାରିଶ୍ରମିକ ମନଲାଖି ହେବ ନାହିଁ। ଘର ଲୋକମାନଙ୍କ ଟୁପ୍‌ଟାପ୍‌ କଥା ମନକୁ ବିଚଳିତ କରିପାରେ।
ବିଛା
ବିଛା
ରାଶି ଓ ରାଶ୍ୟାଧିପତିଙ୍କ ପ୍ରତି ଗୁରୁଦୃଷ୍ଟି କର୍ମକ୍ଷେତ୍ରରେ ଗୌରବାର୍ଜନ ପୂର୍ବକ ଉଚ୍ଚ ପ୍ରଶଂସା ପ୍ରଦାନ କରିବ। କଳା, ସାହିତ୍ୟ, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପଡ଼ୋଶୀ ଓ ସହକର୍ମୀଙ୍କ ତରଫରୁ ସାହାଯ୍ୟ ଅଭାବ ରହିବ ନାହିଁ। ରାହୁଙ୍କ ପ୍ରଭାବରୁ ଅନ୍ୟମନସ୍କତା ପରିହାର କରି ଯାନବାହନରେ ସତର୍କ ରୁହନ୍ତୁ।
ଧନୁ
ଧନୁ
ସ୍ବଗୃହୀ ତୃତୀୟ ଶନି ହେତୁ ପରିବାରରେ ତିକ୍ତ ସମ୍ପର୍କ ଉଭେଇ ଯିବ, ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସନ୍ଦେହ ଓ ସମସ୍ୟାକୁ ସୁଧାରି ନେବେ।
ମକର
ମକର
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। କଳା ସାହିତ୍ୟ, ପରିବାର ଭିତରେ, ପରିବହନରେ ସମସ୍ୟା ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ପଡ଼ୋଶୀଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ମନେହୋଇପାରେ।
କୁମ୍ଭ
କୁମ୍ଭ
ବୁଧ ଓ ଶୁକ୍ରଙ୍କ ସମ୍ପର୍କଜନିତ କାମର ଚାପ ମନକୁ ବିଚଳିତ କରିବ। ନୀଚାରୋହୀ ଶୁକ୍ର ହେତୁ ବନ୍ଧୁ ଗହଣରେ ନିଜକୁ ନୂ୍ୟନ ମନେ କରିପାରନ୍ତି। ପ୍ରତ୍ୟେକ କାମ ସହଜ ଓ ସୁବିଧାଜନକ ହୋଇ ନ ପାରେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ

ରାଶିରେ ରାହୁ ହେତୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି। ଅଷ୍ଟମଭାବସ୍ଥ ଚନ୍ଦ୍ରଜନିତ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ଧର୍ମସ୍ଥାନ ଗୁରୁଦୃଷ୍ଟ କାରଣରୁ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୭ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବକେୟା ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି ବିବାଦର ଅବସାନ...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୧୬ ତାରିଖ – Daily Horoscope

ମେଷ ଆଜି କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିଜ ଲୋକ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ।...

ରାଶିଫଳ: ମଙ୍ଗଳବାର ,ଏପ୍ରିଲ୍‍ ୧୫ ତାରିଖ – Daily Horoscope

ମେଷ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ ହେବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା,...

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ...

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ...

ରାଶିଫଳ: ଶୁକ୍ରବାର , ଏପ୍ରିଲ୍‍ ୧୧ ତାରିଖ – Daily Horoscope

ମେଷ ଆଜି ଷଷ୍ଠ ସ୍ଥାନରେ ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୧୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା ଏବଂ ପାରିବାରିକ ସଦ୍ଭାବଜନିତ ମନ ଖୁସି ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image