Posted inRasifala

ରାଶିଫଳ: ସୋମବାର , ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ବୁଧଙ୍କ ସମ୍ବନ୍ଧରୁ ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ଓ ଅସହଯୋଗ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। କାର୍ଯ୍ୟଟି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବାରେ ବ୍ୟତିକ୍ରମ ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ବନ୍ଧୁମାନଙ୍କ ସହ ମଧୁର ସ୍ମୃତିର ସୁମଧୁର ଅନୁଭୂତିକୁ ନେଇ ଦିନଟି ବିତାଇବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ଦ୍ୱାଦଶସ୍ଥ ଶୁକ୍ର ମନକୁ ସୁହାଇଲା ଭଳି ଦ୍ରବ୍ୟଲାଭ କରାଇବାରୁ ଖୁସି ରହିବେ। ଶିଳ୍ପ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ଜଣେ ଅନ୍ତରଙ୍ଗ ବନ୍ଧୁ କିମ୍ବା ବାନ୍ଧବୀଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ।
ମିଥୁନ
ମିଥୁନ
କେତୁ ଚତୁର୍ଥସ୍ଥ ଯୋଗୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଠିକ୍‌ ହେବ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଆପଣଙ୍କ ମନର ଚିନ୍ତା ଅନୁଯାୟୀ କାର୍ଯ୍ୟ ପଦ୍ଧତିର ତାଳମେଳ ରହିବ ନାହିଁ। ଫଳ ସ୍ବରୂପ ଯେଉଁ ଆଶା ନେଇ ଯାହା କରିବେ ପ୍ରତିବଦଳରେ କିଛି ପାଇବେ ନାହିଁ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଗତକାଲିର ଘଟଣା ବିଷୟରେ ଚିନ୍ତା କରି ମନରେ ସରସତା ରହି ନ ପାରେ। ଈର୍ଷାପରାୟଣ ନିକଟସ୍ଥ ବନ୍ଧୁବର୍ଗ କିମ୍ବା ବ୍ୟକ୍ତିବିଶେଷ ପରୋକ୍ଷ ସମାଲୋଚନା କରିପାରନ୍ତି। ସପ୍ତମସ୍ଥ ଶନି ହେତୁ ତରବରିଆ ଯାତ୍ରାରୁ ଦୂରେଇ ରହିବା ଠିକ୍‌ ହେବ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ଲଢ଼େଇ କରି ନିଶ୍ଚୟ ପାଇବେ। ଷଷ୍ଠସ୍ଥ ଶନି ଯୋଗୁ ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ଶ୍ରମ ଜନିତ ଅନିଦ୍ରା ହେତୁକ ଜ୍ୱର ଓ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ଶୁକ୍ର ନିଜ ରାଶିରେ ଅବସ୍ଥାନ କରିଥିବା ହେତୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଷଷ୍ଠସ୍ଥ ଗୁରୁ ଯୋଗୁ ବାକ୍‌ପଟୁତାରେ ବନ୍ଧୁମାନେ ପ୍ରଶଂସାରେ ଶତମୁଖ ହେବେ। ସକାଳୁଆ ଯାତ୍ରାରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ।
ଧନୁ
ଧନୁ
କେତୁଙ୍କ କୁପ୍ରଭାବରୁ ଆଜି ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହୋଇପାରେ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବ୍ୟବସାୟରେ ଲାଭ ମିଳିବ ମାତ୍ର ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡାଇ ହେବନାହିଁ। ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ସାମାନ୍ୟ ବିଳମ୍ବ ଓ ଘାତ ପ୍ରତିଘାତ ମଧ୍ୟଦେଇ ଆଜିର ଜୀବନଯାତ୍ରା ଅତିବାହିତ କରିବେ। ମନ କଥା ମନରେ ରଖି ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଅନୁକମ୍ପାରୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲେ ଶୁଭହେବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ। ବନ୍ଧୁଙ୍କ ମାଧ୍ୟମରେ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ।
ମୀନମୀନ

ପ୍ରତିକୂଳ ପରିବେଶର କୁପ୍ରଭାବରୁ ମାନସିକସ୍ଥିତି ଭଲ ରହିବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ଅଫିସ କାମରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁସମ୍ପର୍କରେ କିଛିଟା ଉନ୍ନତି ପରିଲକ୍ଷିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ ପଦାଧିକାରୀଙ୍କ ଅନୁକମ୍ପାରୁ ଅର୍ଥନୈତିକ ଉତ୍କର୍ଷ ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ, ପରିବାର, ଯାନ ବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର,...

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଭଲ; କିନ୍ତୁ ଖର୍ଚ୍ଚର ସୀମା ଟପିଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ...

ରାଶିଫଳ: ବୁଧବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ ଆଜିର ରାହୁଯୁକ୍ତ ଦ୍ୱାଦଶ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ। ଋଣ ପରିଶୋଧ, ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିିବେ। ବନ୍ଧୁମାନଙ୍କ ସାହାଯ୍ୟରୁ ଜମିଜମା ବିବାଦରେ, ପରିବହନର ଝଗଡ଼ାରେ ସମାଧାନ ହୋଇପାରିବ। ବିଭିନ୍ନ...

ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର...

ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ...

ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri