ଆଜି ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ବାଟରୁ ହାତକୁ ଦି’ପଇସା ଆସିବା ସଙ୍ଗକୁ ପାରିବାରିକ କ୍ଷେତ୍ର ମଧ୍ୟ ଯେମିତି ଚାଲୁଥିଲା ଠିକ୍ ସେମିତି ହିଁ ଚାଲିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିପାରନ୍ତି ।
ଶୁକ୍ରମଙ୍ଗଳ ଯୋଗର ସୁପ୍ରଭାବରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ପରିବାରରେ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ରାଶ୍ୟାଧିପ ଦ୍ୱିତୀୟସ୍ଥ ଯୋଗୁ କାର୍ଯ୍ୟ ହାସଲ ସକାଶେ କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି । ପାରିବାରିକ କ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । କଳା,ସାମ୍ବାଦିତା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
କର୍ମକ୍ଷେତ୍ର ବିଶୃଙ୍ଖଳିତ ରହିବା ସଙ୍ଗକୁ ଆପଣଙ୍କ ଉଦ୍ୟମ ନୈରାଶ୍ୟଜନକ ହୋଇପାରେ । ଆକସ୍ମିକ ଭାବରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ । ମନୋରଞ୍ଜନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି । ଗୁଜବ ମନକୁ ଆତଙ୍କିତ କରିପାରେ ଏବଂ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ ।
ବୁଧ ଦ୍ୱାଦଶସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା କାଳରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ସଭାସମିତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ସଫଳତା ହାସଲ କରିବେ । ସାମାଜିକ ସ୍ତରରେ ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍ ଦେବାକୁ ପଡ଼ିପାରେ । ଭୁଲ୍ ବୁଝାମଣା ଜନିତ ପାରିବାରିକ ସମସ୍ୟାରେ ଚିନ୍ତିତ ହୋଇପାରନ୍ତି ।
କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ । ଚନ୍ଦ୍ର ଓ ରାହୁଙ୍କ ସଂଯୋଗ ହେତୁ ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହୋଇପାରେ । ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବାରେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟସ୍ତତା ଅନୁଭବ କରିବେ । ମାତ୍ର ସ୍ବାତୀ ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବାର ସୁଯୋଗ ଲାଭ କରିବାର ମାର୍ଗ ଉନ୍ମୁକ୍ତ ରହିବ ।
ଅଷ୍ଟମସ୍ଥ ରବି ହେତୁ ସବୁ ଭଲ ହେଲେ ମଧ୍ୟ ଆପଣଙ୍କ ଶିଥିଳତା ଓ ନକାରାମତ୍କ ଚିନ୍ତାଧାରା ଜୀବନଯାତ୍ରାର ପଥରୋଧ କରିପାରେ । ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ କରିବେ । ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।
ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସଙ୍ଗକୁ ଗୃହୋପକରଣ ମଧ୍ୟ କ୍ରୟ କରିପାରନ୍ତି । ବାଣିଜ୍ୟ,ବ୍ୟବସାୟ ଓ ଶିକ୍ଷା,ବିଦେଶ ଯାତ୍ରା, କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ରାଜନୈତିକ ସ୍ତରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ ।
ଚତୁର୍ଥସ୍ଥ ପାପଗ୍ରହ ହେତୁ ପାରିବାରିକ କ୍ଷେତ୍ରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ । ଏଣେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି । ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ସ୍ବଗୃହୀ ରାଶ୍ୟାଧିପତି ହେତୁ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଓ ସାମାଜିକ ସ୍ତରରେ ପ୍ରଶଂସିତ ହେବେ । କଳହର ସମ୍ମୁଖୀନ ହୋଇପାରନ୍ତି । ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅତ୍ୟାବଶ୍ୟକ ଜିନିଷଟି ପାଇବା ପାଇଁ ଓ ପାରିବାରିକ ଖର୍ଚ୍ଚ ତୁଲାଇବା ସକାଶେ ଧାରକରଜ କରିପାରନ୍ତି ।
ଶନିଙ୍କ କୁପ୍ରଭାବରୁ ଅତି ନିକଟରେ ରହୁଥିବା ନୀଚଜାତିର ଜଣେ ବ୍ୟକ୍ତି ଦ୍ୱାରା ସବୁ ଯୋଜନା ଫସର ଫାଟିଯିବ । ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପଛେଇ ଯାଇପାରନ୍ତି । ଅଫିସରେ ବିଭିନ୍ନ ସମସ୍ୟା ସମାଧାନ କରିବା ହେତୁ ଶତ୍ରୁମାନେ ମଧ୍ୟ ପରୋକ୍ଷରେ ପ୍ରଶଂସା କରିବେ । ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବା ଦେଖାଯାଏ ଓ ବିଦେଶ ଯାତ୍ରା ଯୋଗ ରହିଛି ।