Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‍ ୧୩ ତାରିଖ – Daily Horoscope

ମେଷ
ଆଜି ପରିବାରର ସୁବିଧା ଅସୁବିଧା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ଅର୍ଥ ପାଇଁ ପ୍ରତିଶ୍ରୁତି ଦେଇପାରନ୍ତି। ଯାତ୍ରାରେ ବିଳମ୍ବିତ ସମୟରେ କୃତ୍ତିକା ଲକ୍ଷ୍ୟସ୍ଥଳରେ ପହଂଚିବାର ସୂଚନା ରହିଛି।
ବୃଷ
ବୃଷ
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ମୃଗଶିରା ନକ୍ଷତ୍ର ସକାଳୁ ସକାଳୁ କୌଣସି ବ୍ୟକ୍ତି ସହ ତର୍କ କରି ମନଟା ବିଗିଡ଼ି ଯାଇପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କେତେକ କାମ ହାସଲ କରିପାରିବେ। ବନ୍ଧୁ ଗହଣରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ।
ମିଥୁନ
ମିଥୁନ
କାମ ହାସଲ ସକାଶେ ପ୍ରିୟଜନଙ୍କ ସହଯୋଗର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବେ। ଆର୍ଦ୍ରା ନକ୍ଷତ୍ରର ପ୍ରଶାସନିକ ସ୍ତରରେ କାମ ଅଟକି ରହିଥିବାରୁ ମନ ଭଲ ରହିନପାରେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେଇପାରନ୍ତି। କର୍ମକ୍ଷେତ୍ର କିମ୍ବା ବୃତିଗତ ଧନ୍ଦାରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ପରିବାରର ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ନୂତନ ସମସ୍ୟା ଦେଖାଦେବ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଅଶ୍ଳେଷା ନକ୍ଷତ୍ର ଅନିୟମିତ ଭୋଜନଜନିତ ପେଟପୀଡ଼ା ଅନୁଭବ କରିପାରନ୍ତି। ସ୍ଥଗିତ କାମର ବହୁଳତାଜନିତ କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ ଆଜି ଶେଷ କରିପାରିବେନି।
ସି˚ହ
ସି˚ହ
ପୂର୍ବର କଳହକୁ ମନେପକାଇ ଦେଖିଲେ ମଧ୍ୟ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ମଘା ନକ୍ଷତ୍ର ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ସନ୍ଦେହୀ ମନ ବୁଝିବ ନାହିଁ। ଆଜିର ଯାତ୍ରା, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ପରିସ୍ଥିତି ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
କନ୍ୟା
କର୍ମକ୍ଷେତ୍ରରେ ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହେବ। ଆବଶ୍ୟକୀୟ ଜିନିଷପତ୍ର ଅଭାବରୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଖୋଜି ଖୋଜି ଆଶା ଛାଡ଼ିଦେଇଥିବା ଜିନିଷଟି ହଠାତ୍‌ ପାଇଯିବେ।
ତୁଳା
ତୁଳା
ବନ୍ଧୁମିଳନ ପରିବେଶରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗର ସୂଚନା ରହିଛି। ସ୍ବାତୀ ନକ୍ଷତ୍ର ସକାଶେ ଆଜିର ଯାତ୍ରା, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାନ୍ତ୍ରିକ ତ୍ରୁଟି ସୁଧୁରିନଥିବା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଫଳରେ ସ୍ବାସ୍ଥ୍ୟହାନି ଘଟିପାରେ। ଆନୁଷ୍ଠାନିକ କାମ, ଧାର୍ମିକ କାର୍ଯ୍ୟ ଓ ସଭାସମିତି ପାଇଁ ବ୍ୟଗ୍ରତା ପ୍ରକାଶ ପାଇବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ପରସ୍ପର ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଅବହେଳା କାରଣରୁ କୈଫିୟତ ଦେବାକୁ ପଡ଼ିପାରେ। ଈର୍ଷାପରାୟଣତା କାରଣରୁ ଆତ୍ମୀୟମାନେ କ୍ରମଶଃ ଦୂରେଇ ଯାଇପାରନ୍ତି। ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
ମକର
ମକର
ପୂର୍ବର ସମ୍ମାନ ଫେରିପାଇବା କିମ୍ବା କର୍ମକ୍ଷେତ୍ରରେ ପୁନଃ ନିଯୁକ୍ତି ଖବର ପାଇ ମନ ଖୁସି ହୋଇଯିବ। ନିକଟରେ ରହୁଥିବା ଲୋକଟି ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ। ଦରକାରୀ ଜିନିଷଟି ଅନ୍ୟକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଧନିଷ୍ଠା ନକ୍ଷତ୍ରର ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହୋଇଯିବ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ଼ ମନୋବଳ ସ୍ଥଗିତ କାମକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ବ୍ୟସ୍ତତାଜନିତ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଶତଭିଷା ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ପାଇଁ ମନ ବଳାଇବେ।
ମୀନମୀନ

ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହେବ। ବନ୍ଧୁଙ୍କ ଦ୍ୱାରା ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। କର୍ମକ୍ଷେତ୍ର୍ରରେ ବାରମ୍ବାର ବିଫଳତାକୁ ନେଇ ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ରେବତୀ ନକ୍ଷତ୍ରର ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। କଚେରି ମାମଲା କିମ୍ବା ଜମିଜମା ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ୍‍ ୨୭ ତାରିଖ – Daily Horoscope

ମେଷ ଆଜି ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେବାରେ ଅସୁବିଧା ହେବ ନାହିଁ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଦୀର୍ଘପଥ ଭ୍ରମଣଜନିତ ଅସୁସ୍ଥତା ଅନୁଭବ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୨୨ ତାରିଖ – Daily Horoscope

ମେଷ ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope

ମେଷ ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image