Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟ ଅନୁକୂଳ ନୂହେଁ, ବରଂ ପ୍ରତିକୂଳତାର ଝଲକ ଦେଖିବାକୁ ପାଇବେ। ସବୁ ସମୟରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବହନ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାପ୍ତି ଘଟାଇବେ।
ବୃଷ
ବୃଷ
ଦୂରଭିସନ୍ଧି ରଖି ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। ଅଫିସ୍‌ରେ କିମ୍ବା ଆଲୋଚନା କ୍ଷେତ୍ରରେ ମନ ଅସ୍ଥିର ରହିବ। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଅନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା କାରଣରୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହେବ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ। ଆଇନ, ଅଦାଲତ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ
କର୍କଟ
ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ଆକସ୍ମିକ ଭାବରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ସମସ୍ୟା ସମାଧାନ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରି ପରେ ଅନୁତାପ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କନ୍ୟା
ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଶତ୍ରୁତା କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି କଥା କହିପାରେ। କର୍ମକ୍ଷେତ୍ରରେ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ।
ତୁଳା
ତୁଳା
ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡ଼ିପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା କିମ୍ବା ଆନୁଷ୍ଠାନିକ ଦିଗକୁ ମନ ବଳାଇବେ। ଅପରାହ୍ନେ ଶୁଭ ଖବର ପାଇବେ।
ବିଛା
ବିଛା
ଯାହ ଦୀର୍ଘଦିନ ହେଲା ହୋଇ ପାରିନଥିଲା ଆଜି ତାହା ଆକସ୍ମିକ ଭାବରେ ହୋଇପାରିବ। ପରିବହନ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। ଜମିଜମା କିଣାବିକା କ୍ଷେତ୍ରରେ ନିଜ ପରିବାରର ସଦସ୍ୟ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଥିବା ସମୟରେ କୌଣସି ବ୍ୟକ୍ତିଠାରୁ ହଠାତ୍‌ କିଛି ଖବର ପାଇ ବିଚଳିତ ବୋଧ କରିବେ। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ପରିବାରରେ ଛୋଟ କଥାକୁ ନେଇ ବିବାଦ ବଢ଼ାନ୍ତୁ ନାହିଁ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜିର କାମ ଓ କଥାରେ ସଂଯମ ରକ୍ଷା କରିବା ଭଲ ନତୁବା କଳହ, ଧନହାନି ଘଟିପାରେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ତର୍କ, ବିତର୍କ କାରଣରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। କଳା, କ୍ରୀଡ଼ା, ସଙ୍ଗୀତ, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ପାରିବାରିକ ସ୍ତରରେ ପିଲାମାନଙ୍କ ପାଇଁ ଅସ୍ଥିରତା ଜନିତ ମାନସିକ ବ୍ୟଥା ଅନୁଭବ କରିବେ। ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ ସିନା କିଛି ଲାଭ ହେବନି। କୌଣସି କଥା ଭଲ ରୂପେ ନବୁଝି ଅନ୍ୟ ଉପରେ ଦୋଷ ଲଦି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜିର ଚତୁର୍ଥାଧିପ ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସକାଳୁ ପ୍ରିୟଜନଙ୍କ ସହ କାର୍ଯ୍ୟାରମ୍ଭର ଯୋଜନା କରିପାରନ୍ତି। ଧାର ନେଇଥିବା ବ୍ୟକ୍ତିଟି ପରିଶୋଧର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରିବେ। ହୋଟେଲ...

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri