Posted inRasifala

ରାଶିଫଳ: ରବିବାର, ମେ ୧୪ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ରଯୁକ୍ତ ଶନିଜନିତ ଦୂରଦର୍ଶିତା ଅଭାବରୁ କେତେକ ଭୁଲ୍‌ କାମକୁ ପ୍ରଶ୍ରୟ ଦେଇପାରନ୍ତି। ବନ୍ଧୁଙ୍କ ଭୁଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବାର ସୂଚନା ରହିଛି। ଦ୍ୱିଜା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଯୋଗୁ ମନକୁ ବୁଝାଇବାରେ ସମର୍ଥ ହେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଉଚିତ।
ବୃଷ
ବୃଷ
ଧନ ସ୍ଥାନରେ ଶୁକ୍ର ହେତୁ ଅର୍ଥ ପାଇବା ସହ ବନ୍ଧୁଙ୍କ ସ୍ନେହ, ଶ୍ରଦ୍ଧା ଲାଭ କରିପାରନ୍ତି। ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ମୃଗଶିରା ନକ୍ଷତ୍ରର ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ। ଅବଶ୍ୟ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି।
ମିଥୁନ
ମିଥୁନ
ଧନ ଓ ଭାଗ୍ୟାଧିପ ଏକତ୍ର ନବମସ୍ଥ ହେତୁ କାର୍ଯ୍ୟସିଦ୍ଧି ସହ ଅଭିଳାଷ ପୂରଣ ହେବ। ଋଣ ପରିଶୋଧ ସକାଶେ ବ୍ୟଗ୍ରତା ପ୍ରକାଶ ପାଇପାରେ। ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ, ପାରିବାରିକ ସମସ୍ୟା ସମାଧାନରେ ସଫଳତା ପାଇବେ।
କର୍କଟ
କର୍କଟ
ଭାବପ୍ରବଣତା ସହ ସ୍ବାଭିମାନୀ ଯୋଗୁ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ ଆକାରରେ ଗ୍ରହଣକରି ଚିନ୍ତାଗ୍ରସ୍ତ ହେବେ। ପରକ୍ଷଣରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆପଣଙ୍କ ଯଶ ଓ ପ୍ରତିଷ୍ଠା ଅନ୍ୟମାନଙ୍କ ଗାତ୍ରଦାହ ଜନିତ ପରୋକ୍ଷଶତ୍ରୁତା ବୃଦ୍ଧି ପାଇବ। ଅନ୍ୟକୁ ଆପଣାର କରିବାରେ କୌଶଳ ଅବଲମ୍ବନ କରିପାରନ୍ତି।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିରେ ରବି ଯୋଗୁ ସମସ୍ୟା ଲାଗି ରହିଥିଲେ ମଧ୍ୟ ସଫଳତା ପାଇବେ। ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ସାହାଯ୍ୟ ସହଯୋଗ ଲାଭ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଏକା ସଙ୍ଗରେ ଅନେକ କାମ ହାତକୁ ନେଇ ବିବ୍ରତ ହୋଇ ପାରନ୍ତି। ଘରେ ବନ୍ଧୁ ମିଳନଜନିତ ସୁନ୍ଦର ପରିବେଶ ସୃଷ୍ଟି ସୂଚନା ରହିଛି।
କନ୍ୟା
ଅଷ୍ଟମସ୍ଥ ଏକାଧିକ ଗ୍ରହ ହେତୁ ବିଭିନ୍ନ ସମସ୍ୟା ଭିତର ଦେଇ ଗତି କରିବାକୁ ପଡ଼ିବ। ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନକୁ ଭାରାକ୍ରାନ୍ତ କରିପାରେ। ଦୂରସ୍ଥ ସନ୍ତାନଙ୍କ ଖୁସିରେ ଖୁସୀ ହେବେ।
ତୁଳା
ତୁଳା
ରାଶି ପ୍ରତି ଏକାଧିକ ଗ୍ରହଙ୍କ ସମ୍ପର୍କ ପ୍ରତ୍ୟେକ କ୍ଷେତ୍ରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଦ୍ୱାଦଶ ଭାବକୁ ଗ୍ରହମାନଙ୍କ ଦୃଷ୍ଟି ପ୍ରଭାବରେ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ଅଭାବ ଦୂରେଇବାର ପ୍ରୟାସ କଲେ ଧାରକରଜ କରିବାକୁ ବାଧ୍ୟ ହୋଇପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି।
ଧନୁ
ଧନୁ
ଅଷ୍ଟମସ୍ଥ ମଙ୍ଗଳ ହେତୁ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବା ପାଇଁ ବାଧ୍ୟ ହେବେ। ମନ ଭଲ ନଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପରିବାରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଅବଶ୍ୟ ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ସ୍ବ ସ୍ବ ସ୍ଥାନରେ ଖୁସି ରହିବେ।
ମକର
ମକର
ଆଜି ଦିନରେ ଯାହା କରିବା ସକାଶେ ମନସ୍ଥ କରିଛନ୍ତି, ତାହା ନିର୍ବିଘ୍ନରେ ସମାପନ କରିପାରିବେ। କର୍ମ ସ୍ଥାନକୁ ଗ୍ରହମାନଙ୍କ ଦୃଷ୍ଟି ହେତୁ ସମସ୍ୟା ଆସିଲେ ମଧ୍ୟ ସେଥିରୁ ମୁକୁଳି ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ୍‌ ହେବେ। ଆକସ୍ମିକ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆଜି ଯେଉଁ କାମରେ ହାତ ଦିଅନ୍ତୁ, ସବୁ ସୁବିଧାରେ ସମ୍ପନ୍ନ ହେବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଶେଷକିଛି ଅସୁବିଧା ନ ଥିଲେ ସୁଦ୍ଧା ମାନସିକ ସ୍ତରରେ ଅଶାନ୍ତ ଅନୁଭବ କରିପାରନ୍ତି।
ମୀନମୀନ
ଖର୍ଚ୍ଚ ବୃଦ୍ଧି ପାଇବାରୁ ଆର୍ଥିକ ଦୁରବସ୍ଥା ଭୋଗିବାକୁ ପଡ଼ିପାରେ। ଆଜିର କର୍ମକ୍ଷେତ୍ରରେ ସହକର୍ମୀ ସହ ବିବାଦ ସୂଚନା ରହିଛି। ସ୍ବାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହି ନପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ା ଓ ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri