Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‍ ୧୬ ତାରିଖ – Daily Horoscope

ମେଷ
ଆଜି କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ନିଜ ଲୋକ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ରାଜନୀତି ଏବଂ ସାଙ୍ଗଠନିକ କ୍ଷେତ୍ର ଶୃଙ୍ଖଳିତ ରହିବ।
ବୃଷ
ବୃଷ
କର୍ମ କ୍ଷେତ୍ରରେ ଅବହେଳିତ ଏବଂ ଅଟକି ରହିଥିବା କାର୍ଯ୍ୟକୁ ପୂରଣ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସମସ୍ୟା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ଆହ୍ବାନରେ ସଭାସମିତିରେ, ରାଜନୈତିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସଂଗୀତ, ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ବିଭିନ୍ନ ସମସ୍ୟା ହେତୁ କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହି କାମକୁ ବିଗାଡ଼ି ଦେଇପାରନ୍ତି। ସମ୍ପର୍କୀୟଙ୍କ ସହ ମିଶି କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି। ଆଜି ଯାନବାହନ ଚାଳନା, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ଦୀର୍ଘଦିନର ଅସୁସ୍ଥତା ପରେ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି।
କର୍କଟ
କର୍କଟ
ସଂଯମତା ଅଭାବରୁ କିମ୍ବା ମତାନ୍ତରରୁ ମନାନ୍ତର ଘଟିବ, ଯାହାର ପରିଣାମ ପରିବାରକୁ ମଧ୍ୟ ଆକ୍ରାନ୍ତ କରିପାରେ। ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ପାଇବେ ଏବଂ କାମଟି ତ୍ୱରାନ୍ବିତ ହେବ। ସନ୍ଦେହଜନକ ପରିସ୍ଥିତିକୁ ଲକ୍ଷ୍ୟ କରି ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ସମସ୍ୟା ଓ ପ୍ରତିବନ୍ଧକ ଚିର ସହଚର ହେଲେ ମଧ୍ୟ ଆଜିର ପରିସ୍ଥିତି ଭଲ ରହିବ। ଖଳ ଲୋକଙ୍କର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ସଭାସମିତି, ସାହିତ୍ୟ, ସାମ୍ବାଦିକତା, ନୂତନ କର୍ମାରମ୍ଭ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ପାରିବାରିକ କ୍ଷେତ୍ର, ଜମିଜମା ବ୍ୟବସାୟ, ବିଦ୍ୟୁତ, ଇଟାଭାଟି ସମ୍ପର୍କୀୟ କ୍ଷେତ୍ର ବିବାଦୀୟ ରହିବ। ଅଭାବ ରହିଲେ ମଧ୍ୟ ସାହାଯ୍ୟ ପାଇବାରେ ଅସୁବିଧା ହେବ ନାହିଁ। ବୁଦ୍ଧିଜୀବୀ କିମ୍ବା ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଅବସ୍ଥାଚକ୍ରରେ ପଡ଼ି ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଲାଭ କରିବେ କିନ୍ତୁ ସମସ୍ୟା ବିଜଡ଼ିତ ରହିବାକୁ ପଡ଼ିବ। ସୁବିଧାବାଦୀ ଚିନ୍ତାଧାରା ସମାଲୋଚନା ପାଇଁ ଖୋରାକି ଯୋଗାଇପାରେ। ବନ୍ଧୁଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ତଥାପି ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ।
ବିଛା
ବିଛା
ପ୍ରତ୍ୟେକ ସ୍ତରରେ ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ସନ୍ତୁଷ୍ଟ କରିପାରିବେ। ସ୍ତ୍ରୀଙ୍କ ସହ ମତାନ୍ତର କିମ୍ବା ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ। ଦୀର୍ଘ ଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଆକସ୍ମିକ ଭାବରେ ପାଇ ଖୁସି ହେବେ। ଅଟକି ରହିଥିବା ଅର୍ଥ ଜୋର୍‌ କରି ଆଦାୟ କରିବାରେ ସକ୍ଷମ ହେବେ।
ଧନୁ
ଧନୁ
ନିଜର ଅପରିଣାମଦର୍ଶିତା ହେତୁ ସମସ୍ୟା ସୃଷ୍ଟି ସମ୍ଭାବନା ରହିଛି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ଏକ ନିର୍ଦ୍ଦିଷ୍ଟ ସମାଧାନରେ ଉପନୀତ ହେବେ। ଭଲ ସମ୍ପର୍କ ଥିବା ବନ୍ଧୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ଶିଳ୍ପ, ବାଣିଜ୍ୟ, ହୋଟେଲ, ଲେଖକ, ସାମ୍ବାଦିକତା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ମକର
ମକର
ଯେତେ ପ୍ରକାରର ସୁବିଧା ଥିଲେ ମଧ୍ୟ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। ପିଲାଙ୍କ କଳହକୁ କେନ୍ଦ୍ର କରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବୈବାହିକ କର୍ମ ସମ୍ପାଦନା ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
କୁମ୍ଭ
କୁମ୍ଭ
ସ୍ବାର୍ଥ ସାଧନ ଲାଳସାରେ ନିଜ ଲୋକଟି ଶତ୍ରୁତା କରିବାକୁ ପଛାଇବ ନାହିଁ। ସାଧାରଣ ଘଟଣାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ସାହାଯ୍ୟ କରିବା ପରିପ୍ରେକ୍ଷୀରେ ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଆକସ୍ମିକ ଭାବରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି।
ମୀନମୀନ

ପ୍ରତ୍ୟେକ ଦିଗରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ପ୍ରତିଷ୍ଠାବନ୍ତ ହେବେ। ବିବାଦୀୟ ଘଟଣାରେ କିମ୍ବା ଅର୍ଥ ପ୍ରାପ୍ତିରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ। ଆଶା କରିଥିବା ଜିନିଷଟି ଆଜି ପାଇଯିବେ। ନୂଆ ଯୋଜନା, ନୂତନ ବ୍ୟବସାୟ, ଚୁକ୍ତିପତ୍ର, ଜମିଜମା କାରବାର, ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri