Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି ପ୍ରତିଯୋଗିତାରେ ସଫଳତା ଯୋଗୁ ମନକୁ ବୁଝାଇବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି। ପରିବାରରେ ଅସୁସ୍ଥତାଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ।
ବୃଷ
ବୃଷ
ପରିସ୍ଥିତି ଭଲ ନ ଥିବା ହେତୁ ଭଲ କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାହାର ଜାଗାରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ବାରମ୍ବାର ବିଫଳତାଜନିତ କାର୍ଯ୍ୟହାନି କାରଣରୁ ମନରେ ଟେନ୍‌ସନ ଲାଗି ରହିବ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଆପଣଙ୍କୁ ବିଭିନ୍ନ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ଜଣେ ସହକର୍ମୀ ଆଜି ମାର୍ଗଦର୍ଶକ ସାଜିବେ। ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ମାଲିମକଦ୍ଦମାରେ କାର୍ଯ୍ୟ ହାସଲ କରିନେବା ସକାଶେ ନୂତନ ଦିଗ ପ୍ରତି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଆଜିର ଅସଜଡ଼ା ଘରର ଅକୁହାକଥା ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ। ସାଧାରଣ କଥାକୁ ବଡ଼ କରି ସହକର୍ମୀ କଳହର ମାତ୍ରାକୁ ବଢ଼ାଇବେ। ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସି˚ହ
ସି˚ହ
ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କରିପାରିଲେ ଅବଶ୍ୟ ସଫଳତା ପାଇବେ। ଆଜି ଏକାସଙ୍ଗେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବହୁତ ଦିନରୁ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ଘରେ ବନ୍ଧୁ ମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।
କନ୍ୟା
ପ୍ରତ୍ୟେକ ପରିସ୍ଥିତିରେ ସମସ୍ୟା ଭିତର ଦେଇ ଗତି କରିବାକୁ ପଡ଼ିବ। ଟଙ୍କା ବାକି ରଖିଥବା ଲୋକଟି ଘରେ ଟଙ୍କା ଦେଇଯାଇପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବ। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିବେ।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ଝଡ଼ ଉଠିପାରେ। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ରାଜନୈତିକ କ୍ଷେତ୍ର କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ବିଛା
ବିଛା
ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ। ବିଭିନ୍ନ କୌଶଳ ଅବଲମ୍ବନ କରି କାମ ହାସଲ କରିବାରେ ସମର୍ଥ ହେବେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବା ପାଇଁ ବାଧ୍ୟ ହେବେ। ଆଶା କରିଥିବା ଜିନିଷଟିକୁ ପାଇଲେ ମଧ୍ୟ ମନକୁ ଖୁସି କରିପାରିବ ନାହିଁ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଯାହା କରିବା ସକାଶେ ମନସ୍ଥ କରିଛନ୍ତି ସେଥିପାଇଁ ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମକଲେ ବହୁତ ଭଲ ହେବ। ଏପରିକି ଘରୋଇ କଳହରୁ ମଧ୍ୟ ରକ୍ଷା ପାଇବା ସହ ସମସ୍ୟା ସମାଧାନ ହୋଇପାରିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି, ଏଣୁ ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
ଆଜିର ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିବା ସାଙ୍ଗକୁ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିଶେଷ କିଛି ଅସୁବିଧା ନ ଥିଲେ ସୁଦ୍ଧା ମାନସିକ ସ୍ତରରେ ଅଶାନ୍ତ ଅନୁଭବ କରିପାରନ୍ତି।
ମୀନମୀନ

ଆଜି କିଛି କରିବା ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଂଗଠନ, ଲେଖାପଢ଼ା ଓ କାରବାରରେ ସମସ୍ୟା ଲାଗି ରହିବ। ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ କେତେକ କାମ ଅଧୁରା ରହିଯିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ। କୌଣସି ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ଆଗାମୀ ସମୟ ପାଇଁ କାମକୁ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ ପଦାଧିକାରୀଙ୍କ ଅନୁକମ୍ପାରୁ ଅର୍ଥନୈତିକ ଉତ୍କର୍ଷ ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ, ପରିବାର, ଯାନ ବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର,...

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଭଲ; କିନ୍ତୁ ଖର୍ଚ୍ଚର ସୀମା ଟପିଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ...

ରାଶିଫଳ: ବୁଧବାର, ଅକ୍ଟୋବର ୧୬ ତାରିଖ – Daily Horoscope

ମେଷ ଆଜିର ରାହୁଯୁକ୍ତ ଦ୍ୱାଦଶ ଚନ୍ଦ୍ର ଆପଣଙ୍କ ମନରେ ଅସ୍ଥିରତା ସୃଷ୍ଟି କରିବ। ଋଣ ପରିଶୋଧ, ଔଷଧ କିଣା, ଶତ୍ରୁକୃତ ସମସ୍ୟା ସମାଧାନ ସକାଶେ ଖର୍ଚ୍ଚାନ୍ତ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୫ ତାରିଖ – Daily Horoscope

ମେଷ ଆଜି ଆପଣ କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିିବେ। ବନ୍ଧୁମାନଙ୍କ ସାହାଯ୍ୟରୁ ଜମିଜମା ବିବାଦରେ, ପରିବହନର ଝଗଡ଼ାରେ ସମାଧାନ ହୋଇପାରିବ। ବିଭିନ୍ନ...

ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର...

ରାଶିଫଳ: ରବିବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ ଆଜି ବାଧକାଧିପ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ଆଗକୁ ଗୋଡ ବଢାନ୍ତୁ। ଅଫିସ୍‌ ରେ କୈାଣସି ଖବର ପାଇ ସାମୟିକ ଭାବରେ...

ରାଶିଫଳ: ଶନିବାର , ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି। ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହେବେ। ପରିବାର, ଯାନବାହନ, ପରିବହନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri