Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ
ଶନି ସହ ବୁଧଙ୍କ ସଂଯୋଗ କାରଣରୁ ଅଟକିଥିବା କାମ ସକାଶେ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ, ପରିବହନ, କଳା, କ୍ରୀଡ଼ା ପାଇଁ ଚାପ ବଢିପାରେ। ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଫେରନ୍ତା ରାସ୍ତାରେ ନିଜ ମନ ପସନ୍ଦର ଜିନିଷ ପାଇ ଖୁସି ହେବେ।
ବୃଷ
ବୃଷ
ଦ୍ୱାଦଶସ୍ଥ ପାପଗ୍ରହଜନିତ କୌଣସି ପ୍ରକାରର ଭୁଲ୍‌ ନ କରି ମଧ୍ୟ ଦୋଷୀ ରୂପେ ପରିଗଣିତ ହେବେ। ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମିଥୁନ
ମିଥୁନ
ରାଶିରେ ମଙ୍ଗଳ ଅର୍ଥପ୍ରାପ୍ତିରେ ବାଧା ଓ ଜମିଜମା କଳହର ଆଶଙ୍କା ରହିଛି। ଅବଶ୍ୟ ଆଜି ବାଣିଜ୍ୟ ବ୍ୟବସାୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ରବି ଓ ବୃହସ୍ପତିଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବେ। ଭ୍ରମଣ ସୁଯୋଗ, ସତ୍‌ସଙ୍ଗ, ଦୂରଯାତ୍ରା ଓ ବନ୍ଧୁମିଳନଜନିତ ମନ ଖୁସି ରହିବ। କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ସି˚ହ
ସି˚ହ
ବ୍ୟୟାଧିପ କୋଣଭାବସ୍ଥ ଯୋଗୁ ପୂର୍ବାପେକ୍ଷା ପରିସ୍ଥିତି ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିବ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ବିଶେଷ ଭ୍ରମଣଜନିତ ସ୍ବାସ୍ଥ୍ୟ ବିଗିଡି ଯିବାର ଆଶଙ୍କା ରହିଛି।
କନ୍ୟା
ବୁଧ ଯୁକ୍ତ ଶନି ଯୋଗୁ ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ନ ପାଇ ବ୍ୟସ୍ତ ହେବେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବାର ସୂଚନା ରହିଛି। ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ତୁଳା
ତୁଳା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅନ୍ୟମାନଙ୍କ ମନ ନେଇ ଯେତେ କାମ କଲେ ମଧ୍ୟ ସେମାନେ ଭୁଲ୍‌ ବୁଝିବେ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁମିଳନ ଘଟିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅବଶ୍ୟ ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ।
ବିଛା
ବିଛା
ଅଷ୍ଟମାଧିପଯୁକ୍ତ ବୁଧ ହେତୁ ସ୍ବାସ୍ଥ୍ୟ ବିଗିଡିବା ସହ ବନ୍ଧୁମାନଙ୍କ ସହ ମତାନ୍ତର ସମ୍ଭାବନା ରହିଛି। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଗୁରୁ ଓ ରବିଙ୍କ ସଂଯୋଗ ହେତୁ ଆଜି ଅର୍ଥଲାଭ ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଯେ କୌଣସି କ୍ଷେତ୍ର ହେଲେ ମଧ୍ୟ ବିଚାର ବିନା ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି। ରୋଗପୀଡ଼ା ଉପଶମ ହେତୁ ଖୁସି ରହିବେ। ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ସମବେଦନା ପୂର୍ବକ ମନରେ ଭାବାନ୍ତରଜନିତ କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତାବୃଦ୍ଧି ପାଇବ। ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀ ସମ୍ପର୍କ, ବିବାଦୀୟ ଘଟଣା ନିର୍ମାଣ ଓ ପରିବହନରେ ସମସ୍ୟା ଦେଖାଦେଇପାରେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ନୂତନ ଗୃହ, ଯାନବାହନ, ଧାତୁ ଅଳଙ୍କାର ପାଇଁ ମନ ବଳାଇବେ। ଦକ୍ଷତା ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବ୍ୟବସାୟ ଓ ପରିବହନରେ ଉତ୍ତରଭାଦ୍ରପଦ ନକ୍ଷତ୍ର ପାଇଁ ସାମାନ୍ୟ ଝଟକା ଲାଗିପାରେ। ଆର୍ଥିକ ସମସ୍ୟା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ।
ମୀନମୀନ
ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ରାହୁ ଯୁକ୍ତ ଶୁକ୍ର ଦ୍ୱିତୀୟସ୍ଥ ଯୋଗୁ ଚେଷ୍ଟା କରୁଥିବା କାର୍ଯ୍ୟହାନି ହେତୁ ଅନୁତାପ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri