Posted inRasifala

ରାଶିଫଳ: ଶୁକ୍ରବାର, ମେ ୧୭ ତାରିଖ – Daily Horoscope

ମେଷ
ଆଜି କଲ୍ୟାଣଚନ୍ଦ୍ର ପ୍ରଭାବରୁ ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପ୍ରଶାସନ କିମ୍ବା ରାଜନୈତିକସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଯେଉଁ ଜିନିଷ ପାଇବା ସକାଶେ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ତାହା ପାଇବେ।
ବୃଷ
ବୃଷ
ପଡ଼ୋଶୀ ତଥା ସାଙ୍ଗସାଥୀଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ କାମ ହାସଲ କରିବେ। କର୍ମକ୍ଷେତ୍ରରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି। ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ। ସଭାସମିତିରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିରୋଧ ବଢ଼ିବା ଦ୍ୱାରା ଅଟକି ରହିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ଆଲୋଚନା ସମୟରେ ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି।
କର୍କଟ
କର୍କଟ
ଆଜି ଶାରୀରିକ ସୁସ୍ଥତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ମାନସିକ ସାନ୍ତ୍ବନା ଲାଭ କରିବେ। ଭାଇଙ୍କ ସ୍ବାସ୍ଥ୍ୟହାନି କାରଣରୁ ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
କର୍ମକ୍ଷେତ୍ରସ୍ଥ ଗ୍ରହସ୍ଥିତିରୁ ଅପ୍ରୀତିକର ପରିସ୍ଥିତିକୁ ସଜାଡ଼ିନେବେ ଏବଂ ସାମାଜିକ କ୍ଷେତ୍ର ଭଲ ରହିବ। ପଡ଼ୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ପରୋକ୍ଷ ଶତ୍ରୁ ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟିକ କାରବାର, ପରିବହନ, ଷ୍ଟେଶନାରି ଦୋକାନୀ ବିଶେଷ ଭାବେ ଲାଭବାନ୍‌ ହେବେ।
କନ୍ୟା
ଆଜିର ଗ୍ରହସ୍ଥିତି ପ୍ରଭାବରେ ଯାହା ଚାହୁଁଛନ୍ତି ତାହା ପାଇବା ସହଜସାଧ୍ୟ ହୋଇ ନ ପାରେ। ତଥାପି ସ୍ବାତୀ ନକ୍ଷତ୍ରର କାମ ଶୃଙ୍ଖଳିତ ରହିବ ଓ ଅନୁକୂଳ ପରିବେଶ ସୃଷ୍ଟି ହେବ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ନିଜ ପରିସରରେ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ପରିବର୍ତ୍ତିତ ସମୟର ଅନୁକୂଳ ବାତାବରଣରେ ସହଜ ଓ ସୁବିଧାରେ କାମ ହାସଲରେ ସମର୍ଥ ହେବେ। ପରିସ୍ଥିତିକୁ ଆଖିଆଗରେ ରଖି ବନ୍ଧୁଙ୍କ ମନ ବୁଝତ୍ଲା ଭଳି କଥା କହି ଆପଣେଇ ନେଇପାରନ୍ତି। ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ ହେବ। ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବା ସାଙ୍ଗକୁ ବିତର୍କର ସମ୍ଭାବନା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ ପୂର୍ବ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବାରେ କୌଣସ ଅସୁବିଧା ହେବନାହିଁ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ସୃଷ୍ଟିର ଆଶଙ୍କା ରହିଛି। ଆକସ୍ମିକ କୌଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେଇପାରେ। ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିପାରନ୍ତି।
ଧନୁ
ଧନୁ
ଆର୍ଥିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ହାତରେ ଥିବା କାମକୁ ସମ୍ପନ୍ନ କରିପାରିବେ। ଶିକ୍ଷା, ପରୀକ୍ଷା କିମ୍ବା ପ୍ରତିଯୋଗିତାରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି। ଯାତ୍ରା ସମୟରେ ଫେରନ୍ତା ବାଟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନିର୍ମାଣାଧୀନ କାର୍ଯ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଜମିଜମା କାରବାର କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜ ଅନ୍ତରଙ୍ଗ ବନ୍ଧୁଙ୍କ ଦୁର୍ବ୍ୟବହାରରେ ଦୁଃଖ ପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ। ଦୀର୍ଘଦିନରୁ ରହିଥିବା କ୍ରୀଡ଼ା, ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ଉପକୃତ ହେବେ।
ମୀନମୀନ

ବିଭିନ୍ନ ପ୍ରକାର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ମତପାର୍ଥକ୍ୟ କାରଣରୁ ବିଭିନ୍ନ ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri