Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଦୈହିକ, ମାନସିକ ତଥା ପାରିବାରିକ ସ୍ଥିତି ବହୁତ ଭଲ ରହିବ। କିନ୍ତୁ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ ଅଟେ। ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଭ୍ରମଣ ସୁଯୋଗ ଲାଭ କରିବେ।
ବୃଷ
ବୃଷ
ପ୍ରତିବନ୍ଧକ ଓ ପ୍ରତିରୋଧ କାରଣରୁ ଚେଷ୍ଟା କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଶନିଙ୍କ ସୁପ୍ରଭାବରୁ ଅଫିସରେ କର୍ମକ୍ଷେତ୍ର ସମ୍ପର୍କୀୟ ଅଚାନକ ଶୁଭ ସମ୍ବାଦ ଶୁଣି ଖୁସି ହେବେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ତଥା ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ। ଆଳସ୍ୟ ଯୋଗୁ ସୁଯୋଗ ହାତଛଡା ହୋଇପାରେ।
ମିଥୁନ
ମିଥୁନ
ବହୁ ଦିନ ହେଲା କୁହୁଳୁଥିବା ପାରିବାରିକ ସମସ୍ୟାର ଆଜିହିଁ ସରଳ ସମାଧାନ ହୋଇଯିବ। ସପ୍ତମସ୍ଥ ଗୁରୁ ଏକାଦଶସ୍ଥ ଯୋଗୁଁ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଜିଦ୍‌ଖୋର ମନୋବୃତି ଯୋଗୁ କେତେକ କ୍ଷେତ୍ରରେ ହଇରାଣ ହୋଇପାରନ୍ତି।
କର୍କଟ
କର୍କଟ
ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ଅନ୍ୟାନ୍ୟ ଦିଗରୁ ପ୍ରାୟତଃ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଅଫିସରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କୋଣଭାବସ୍ଥ ଶୁକ୍ର ପ୍ରଭାବରୁ ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ନିକଟସ୍ଥ ବ୍ୟକ୍ତିଙ୍କୁ ସନ୍ତୁଷ୍ଠ କରିବା ସକାଶେ କର୍ମମୁଖର ହେବେ।
ସି˚ହ
ସି˚ହ
କିଛି ଭଲ କାମ ସଙ୍ଗକୁ କିଛି ସମସ୍ୟା ଭିତର ଦେଇ ଆଜି ଦିନଟି ଅତିବାହିତ ହେବ। ମଘା ନକ୍ଷତ୍ରର ଆର୍ଥିକ ପରିସ୍ଥିତି ପୂର୍ବଭଳି ଜଟିଳ ରୂପ ଧାରଣ କରିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଯୋଗୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।
କନ୍ୟା
ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ କୌଣସି ଖବର ପାଇ ଖୁସି ହୋଇଯିବେ। ମାତ୍ର ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଆତ୍ମୀୟମାନେ କୌଣସି ସମସ୍ୟା ବିଷୟରେ ଆଲୋଚନା କରିବା ସକାଶେ ଖବର ଦେଇ ପାରନ୍ତି। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହେବାକୁ ପଡିପାରେ।
ତୁଳା
ତୁଳା
ଦୈହିକ ଦୁର୍ବଳତା କିମ୍ବା ପାରିବାରିକ ଅଶାନ୍ତି ହେତୁ ମନ ଭଲ ରହିନପାରେ। ଅଫିସିଆଲି କାମରେ କେତେକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସରକାରୀ ସୁତ୍ରରୁ ସାହାଯ୍ୟ ଲାଭକରି ବ୍ୟୟ ଭାର କ୍ରମଶଃ କମି ଆସିବ। ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ମିତ୍ରତା ବୃଦ୍ଧି ଘଟିପାରେ।
ବିଛା
ବିଛା
ଆତ୍ମୀୟଙ୍କ ନିକଟରୁ ଖୁସି ଖବର ପାଇ ମାନସିକ ଶାନ୍ତି ଲାଭ କରିବେ। କିନ୍ତୁ ସଭାସମିତିରେ ବାକ୍‌ ଅସଂଯମତା ଯୋଗଁୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ଗୁରୁତର ହେବନାହିଁ। ଜ୍ୟେଷ୍ଠା ନକ୍ଷତ୍ରର ଆର୍ଥିକ ସ୍ଥିତି ସେତେଟା ଭଲ ରହିନପାରେ, ତାହାବୋଲି ଅଭାବଗ୍ରସ୍ତ ହେବେ ନାହିଁ।
ଧନୁ
ଧନୁ
ପୂର୍ବାଷାଢା ନକ୍ଷତ୍ରର ବିବାଦୀୟ ଘଟଣାରେ ସମସ୍ୟା ବଢିଯାଇପାରେ। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ରାଜନୀତିରେ ଚେଷ୍ଟା ସଫଳ ହେବ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା, ଅର୍ଥ ଓ ସମ୍ମାନ ଲାଭ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଘଟିବ। ଦୀର୍ଘଦିନରୁ ପରିକଳ୍ପିତ ନୂତନ କାର୍ଯ୍ୟାରମ୍ଭ କରି ପ୍ରଶଂସିତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ,ଅନ୍ୟଥା ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଧନିଷ୍ଠା ନକ୍ଷତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ କିନ୍ତୁ କ୍ଷତିରେ ପଡିବେ ନାହିଁ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆଶା କରିଥିବା କାମରେ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ।
କୁମ୍ଭ
କୁମ୍ଭ
ବାଧ୍ୟବାଧକତା ମଧ୍ୟରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ପଡିବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପୂର୍ବପରି ରହିବ। ପୂର୍ବଭାଦ୍ରବ ନକ୍ଷତ୍ର ସାଙ୍ଗସାଥୀଙ୍କ ଅନୁରୋଧ କ୍ରମେ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟ, ପରିବହନ, ପାଇଁ ଦିନଟି ବହୁତ ଭଲ ଅବଶ୍ୟ ଲାଭବାନ୍‌ ହେବେ।
ମୀନମୀନ

କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବା କାରଣରୁ କେତେକ କାମ ଅଟକି ରହିଯିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ଥିବା ସମସ୍ୟା ସମାଧାନ କରିବା ଦିଗରେ ଚେଷ୍ଟା କରିପାରିଲେ ସଫଳତା ନିଶ୍ଚିତ ମିଳିବ। ଉତରଭାଦ୍ରବ ଶ୍ରମ ଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି। ପରିବାରରେ ପିଲାମାନଙ୍କ ସକାଶେ ଚିନ୍ତା ବଢିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri