Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୯ ତାରିଖ – Daily Horoscope

ମେଷ
ଶୁକ୍ର ଉଚ୍ଚରାଶିରେ ଅବସ୍ଥାନ କରୁଥିବାରୁ ପରିଜନଙ୍କ ସହିତ ସକାଳୁଆ ଯାତ୍ରା ପ୍ରୀତିପ୍ରଦ ହେବ। ଅର୍ଥଲାଭ ସହ କାର୍ଯ୍ୟସିଦ୍ଧି ଘଟିବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶା ପୂରଣ ହେବାର ସୂଚନା ରହିଛି। କଳା, ସାହିତ୍ୟ, ସଙ୍ଗୀତ ଓ ଲେଖାପଢ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ
ବୃଷ
କର୍ମାଧିପ ଏକାଦଶସ୍ଥ ଯୋଗୁ ଯେଉଁ କାମରେ ହାତ ଦେବେ ସଫଳ ହେବେ। ଲାଗି ରହିଥିବା ସଂକଟ ଦୂରେଇଯିବାରୁ ଟେନ୍‌ସନ କମିଯିବ। ବୁଧଙ୍କ ସହ ଶୁକ୍ରଙ୍କ ସଂଯୋଗରୁ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବାଣିଜ୍ୟ, ପରିବହନ, ଚୁକ୍ତିପତ୍ର, କଳା, କାରିଗରି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଆଜି ବୁଧ ଏକାଧିକ ଗ୍ରହ ସଂଯୋଗରେ ଥିବାରୁ ସମ୍ପର୍କୀୟଙ୍କ ସହଯୋଗରେ କାମ ହାସଲ କରିବେ। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଶୁକ୍ର ଉଚ୍ଚସ୍ଥ ଓ ପାପଗ୍ରହ ଯୁକ୍ତ ଯୋଗୁ ସଙ୍ଗଦୋଷରୁ ଅପଦସ୍ଥ ହୋଇପାରନ୍ତି। ଉଚ୍ଚପଦାଧିକାରୀଙ୍କ ନିକଟରେ ଅସୁବିଧା କଥା କହିବାରେ ପଛେଇଯିବେ।
କର୍କଟ
କର୍କଟ
ରାଶ୍ୟାଧିପତି ଷଷ୍ଠସ୍ଥାନରେ ଥିବାରୁ ଦୃଢ଼ ପଦକ୍ଷେପ ନେଇ କାମ ହାସଲ ପାଇଁ ଚେଷ୍ଟିତ ହେବେ। କୌଣସି ବିବାଦୀୟ ମନ୍ତବ୍ୟ ଦେଇ ପରିସ୍ଥିତିକୁ ଗମ୍ଭୀର କରିପାରନ୍ତି। ବନ୍ଧୁମାନଙ୍କ ସହାୟତାରେ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସାମାଜିକ ସ୍ତରରେ ଅସହିଷ୍ଣୁ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ।
ସି˚ହ
ସି˚ହ
ଭାଗ୍ୟ ସ୍ଥାନରେ ରାଶ୍ୟାଧିପତି ଥିବାରୁ ଯାହା ପାଇବାକୁ ଚାହୁଁଛନ୍ତି ତାହା ଦ୍ୱିତୀୟସ୍ଥ ଚନ୍ଦ୍ରଙ୍କ କୃପାରୁ ନିଶ୍ଚିତ ପ୍ରାପ୍ତ ହେବ। ସକାଳୁ ଆତ୍ମୀୟଙ୍କର ଦୂରଭାଷ ଆପଣଙ୍କ ମନକୁ ଆମୋଦିତ କରିପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାର୍ଯ୍ୟରେ ପ୍ରଂଶସିତ ହୋଇପାରନ୍ତି।
କନ୍ୟା
ଏକାଧିକଗ୍ରହ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ ଅବଶ୍ୟମ୍ଭାବୀ। କେତେକ ମୁଷ୍ଟିମେୟ ଲୋକଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ନିର୍ମାଣାଧୀନ କାର୍ଯ୍ୟ ଏବଂ କଚେରି ମାମଲାର ବିଚାର ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।
ତୁଳା
ତୁଳା
ଶନି ଯୁକ୍ତ ଶୁକ୍ର ଯୋଗୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ପର କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଅଭାବ ନଥିଲେ ମଧ୍ୟ ପ୍ରିୟଜନଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ମନ ଉଦ୍‌ବେଗ ରହିବ।
ବିଛା
ବିଛା
ଧନ ସ୍ଥାନରେ ଚନ୍ଦ୍ର ଥିବାରୁ ଦିନଟି ଭଲରେ ଅତିବାହିତ ହେବ ଓ ଆବଶ୍ୟକ ଜିନିଷ ପ୍ରାପ୍ତିରେ ଅସୁବିଧା ରହିବ ନାହିଁ। ଖର୍ଚ୍ଚାନ୍ତ ହେଲେ ମଧ୍ୟ ମନ ମୋହିଲା ଭଳି କଥା କହି କାମକୁ ଶୃଙ୍ଖଳିତ କରିବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ଅଯଥା ଅଶାନ୍ତି ସୃଷ୍ଟି କରିପାରେ।
ଧନୁ
ଧନୁ
ଅଷ୍ଟମାଧିପତି ରାଶିସ୍ଥ ଯୋଗୁ ଘରେ ଅଭାବ ଅସୁବିଧା ନଥିଲେ ମଧ୍ୟ କେତେକ ଅପୂରଣୀୟ ଅଭିଳାଷ ମନକୁ କ୍ଷତବିକ୍ଷତ କରାଇବ। କର୍ମକ୍ଷେତ୍ରରେ ଦୁଷ୍ଟଲୋକଙ୍କ କୁଟଚକ୍ରାନ୍ତ ଜନିତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଆଜି ଦୂରଯାତ୍ରା କରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମକର
ମକର
ଧର୍ମଭାବକୁ ଚାରୋଟି ଗ୍ରହ ଅବଲୋକନ କରୁଥିବାରୁ ଧର୍ମକାର୍ଯ୍ୟ, ଯାନିଯାତ୍ରା, ସତ୍‌ସଙ୍ଗରେ ସାମିଲହୋଇ ଆତ୍ମତୃପ୍ତି ଲଭିବେ। ଶ୍ରବଣା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ରହୁଥିବାରୁ ଠିକ୍‌ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ପ୍ରଶାସନିକ ସ୍ତରରେ ଯୁକ୍ତିତର୍କ ନକରି ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
କୁମ୍ଭ
କୁମ୍ଭ
ଆଜି ମୁଖଭାବସ୍ଥ ପାପଗ୍ରହଙ୍କ ସ୍ଥିତି ଯୋଗୁ ମାପିଚୁପି କଥାବାର୍ତ୍ତା କରିବା ଭଲ ନତୁବା ବିବାଦକୁ ନିମନ୍ତ୍ରଣ କରିବାକୁ ପଡ଼ିପାରେ। ଏହା ସାଙ୍ଗକୁ ପିଲାଙ୍କ ସମସ୍ୟା ମୁଣ୍ଡବ୍ୟଥାର କାରଣ ହୋଇଯିବ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଈର୍ଷାନ୍ବିତ ହୋଇ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
ମୀନମୀନ

ଆପଣଙ୍କ ସକାଶେ ସଚ୍ଚୋଟତା ପରୋକ୍ଷ ପ୍ରଶଂସା ସୃଷ୍ଟି କଲେ ମଧ୍ୟ ପ୍ରତ୍ୟକ୍ଷ ସମସ୍ୟା ସୃଷ୍ଟି କରିବ। ଅଭାବ ନ ରହିଲେ ମଧ୍ୟ ପାରିବାରିକ ସମସ୍ୟା ଦେଖାଦେବ। ପରିସ୍ଥିତିର ବୈଷମ୍ୟ ରହିଲେ ମଧ୍ୟ ନକାରାତ୍ମକ ଚିନ୍ତାଧାରା ବିବ୍ରତ କରିପାରିବେ ନାହିଁ। ଅସହିଷ୍ଣୁ ମନୋଭାବରୁ ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri