Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ
ଭାଗ୍ୟ ସ୍ଥାନରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ବୁଝାମଣା ଭିତିରେ କାମ କଲେ ଉପକୃତ ହେବେ। ବନ୍ଧୁ ସାହାଯ୍ୟ ସହଯୋଗର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରି ନ ପାରନ୍ତି। ନିଜର ଲୋକମାନଙ୍କୁ ବୃଥା ସନ୍ଦେହ କରନ୍ତୁ ନାହିଁ।
ବୃଷ
ବୃଷ
ଆଜି କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଶୁକ୍ରଙ୍କ ଦୁର୍ବଳତାଜନିତ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହୀ ହେବେନାହିଁ। ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବାରୁ ଖୁସି ଅନୁଭବ କରିବେ। ନିଜ ପରିସରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବାର ସୁଯୋଗ ପ୍ରାପ୍ତ ହେବ।
ମିଥୁନ
ମିଥୁନ
କର୍ମାଧିପଙ୍କ ଶୁଭାବସ୍ଥାନ ହେତୁ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବନ୍ଧୁମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ଅନେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। ମଙ୍ଗଳ ଧନାଧିପଙ୍କ ଆଶ୍ରୟରେ ଥିବାରୁ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। କିନ୍ତୁ ପୁନର୍ବସୁ ଭାବପ୍ରବଣ ବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପ୍ରେରଣାରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ସି˚ହ
ସି˚ହ
ବ୍ୟୟାଧିପଙ୍କ ପ୍ରଭାବରେ ପରିସ୍ଥିତିରେ ପଡ଼ି ହଠାତ୍‌ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି। ଫଳତଃ ମାନସିକ ଅବସାଦ ଯୋଗୁ କୌଣସି କାମ ମଧ୍ୟ ଉତ୍ସାହପ୍ରଦ ହେବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା
ସ୍ବଗୃହାଭିମୁଖୀ ବୁଧଙ୍କ ଯୋଗୁ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ଓ ଆଶାଜନକ ଫଳ ପାଇବେ। କଳା, ସଙ୍ଗୀତ, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍ସିପରୁ ଖୁସି ରହିବେ। ନିଜର ଅବହେଳା ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦର ଆଶଙ୍କା ରହିଛି ।
ତୁଳା
ତୁଳା
କର୍ମସ୍ଥାନ ପ୍ରତି ବଳବାନ୍‌ ରାଜଯୋଗକାରକ ଗ୍ରହ ଦୃଷ୍ଟିପାତ କରୁଥିବାରୁ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ ହେବ। ବିଭିନ୍ନ ସୂତ୍ରରୁ ରୋଜଗାର ସାଙ୍ଗକୁ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ। ପରିବାରରେ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଦେଖାଦେଇପାରେ।
ବିଛା
ବିଛା
ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇବେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବା ସାଙ୍ଗକୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହୋଇଯିବ।
ଧନୁ
ଧନୁ
ବୃହସ୍ପତି ଓ ଶନିଙ୍କ ପରୋକ୍ଷ ସମ୍ବନ୍ଧ କାରଣରୁ ଆଜି ଆପଣଙ୍କ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ଠିକ୍‌ ଭୁଲ ବିଚାର ନ କରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ଗ୍ରହ ଅନୁକୂଳତା କାରଣରୁ କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ପରିଶ୍ରମର ପାରିଶ୍ରମିକ ପାଇବେ, ଯାହାଦ୍ୱାରା କି ମନ ଖୁସି ହୋଇଯିବ। ଶ୍ରବଣାର ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ
କୁମ୍ଭ
ମଙ୍ଗଳ ଓ ଶନି ପାରସ୍ପରିକ ଶତ୍ରୁତା କାରଣରୁ ଆଜି ପରକଥାରେ ମୁଣ୍ଡ ପୂରାଇଲେ ମନ ଭାରାକ୍ରାନ୍ତ ରହିବ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ମଜି ରହିପାରନ୍ତି। ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମରେ ସଫଳତା ହାସଲ କରିପାରିବେ।
ମୀନମୀନ
ଷଷ୍ଠାଧିପ କର୍ମସ୍ଥାନରେ ଥିବାରୁ ଆଜିର କର୍ମକ୍ଷେତ୍ରରେ ଜଣେ ବ୍ୟକ୍ତି ଅସହଯୋଗ କରିପାରେ। ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ। ଆକସ୍ମିକ ଭାବରେ ଏକ ଭିନ୍ନ ପରିିସ୍ଥିତିରେ ବାହାର ସ୍ଥାନରେ ମିତ୍ରତାର ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୨୨ ତାରିଖ – Daily Horoscope

ମେଷ ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope

ମେଷ ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୯ ତାରିଖ – Daily Horoscope

ମେଷ ଶୁକ୍ର ଉଚ୍ଚରାଶିରେ ଅବସ୍ଥାନ କରୁଥିବାରୁ ପରିଜନଙ୍କ ସହିତ ସକାଳୁଆ ଯାତ୍ରା ପ୍ରୀତିପ୍ରଦ ହେବ। ଅର୍ଥଲାଭ ସହ କାର୍ଯ୍ୟସିଦ୍ଧି ଘଟିବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ।...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୧୮ ତାରିଖ – Daily Horoscope

ମେଷ ଶୁକ୍ର ପ୍ରଭାବରୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ରବି ଉଚ୍ଚସ୍ଥ ହେତୁ ଅଫିସରେ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image