Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୨୦ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
ବୃଷ
ବୃଷ
କାମ ହାସଲ କ୍ଷେତ୍ରରେ ଆତ୍ମୀୟବ୍ୟକ୍ତି ଜଣେ ଅସହଯୋଗ କରିପାରନ୍ତି। ବିଭିନ୍ନ ପ୍ରକାର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି କିନ୍ତୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରୁଣା ରୋଗରେ କଷ୍ଟ ପାଇବେ। ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ। ଆନୁଷ୍ଠାନିକ କାମରେ ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ଶାରୀରିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟାର ସରଳ ସମାଧାନ ହୋଇଯିବ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ। ତଥାପି ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଗୃହୋପକରଣ ସାମଗ୍ରୀ କ୍ରୟ କରିବେ, ମହିଳାମାନେ ଉଚ୍ଚସ୍ତରରୁ ସମ୍ମାନିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ସାହାଯ୍ୟ,ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣକୁ କେନ୍ଦ୍ରକରି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କୈାଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ବିଛା
ବିଛା
ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ସହକର୍ମୀମାନଙ୍କ ଅନୁରୋଧରେ ମନୋରଞ୍ଜନରେ ଆଗ୍ରହୀ ହେବେ। ତଥାପି କରୁଥିବା କାମ ସକାଶେ ମଧ୍ୟାହ୍ନରେ ଟେନସନ୍‌ ବଢିପାରେ। ଆଜି ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ଧନୁ
ଧନୁ
ଗତକାଲିର ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଯେକୈାଣସି କ୍ଷେତ୍ରରେ ହେଉନା କାହିଁକି,ଆପଣ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ବିଭିନ୍ନ ପ୍ରକାର ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅବଶ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଧାରକରଜ କରି କାମ ତୁଲାଇ ନେବେ। ଚେଷ୍ଟା କରୁଥିବା କାମରେ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ନେତ୍ୱସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଯେକୈାଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ଦ୍ୱାରା କାମଟି କରାଇ ନେବେ,କିନ୍ତୁ ତାଙ୍କର ଛୋଟ କଥାକୁ ଧରି ବସନ୍ତୁ ନାହିଁ।
ମୀନମୀନ
ପଛକଥା ନ ଭାବି ବର୍ତ୍ତମାନର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri