Posted inRasifala

ରାଶିଫଳ: ଶନିବାର, ମେ ୨୦ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ଗହଳଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ଲ-ନାମାକ୍ଷର ବ୍ୟକ୍ତିଙ୍କ ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
ଏକାଧିକ ବ୍ୟକ୍ତିଙ୍କ ବିରୁଦ୍ଧାତ୍ମକ ସ୍ବର କର୍ମକ୍ଷେତ୍ରକୁ ସମସ୍ୟାବହୁଳ କରିବ। ପୂର୍ବ ଯୋଜନା ଭଣ୍ଡୁର ହେବା ଆଶଙ୍କାରେ ମନ ଅସ୍ଥିର ରହିବ। ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନା, ସଭାସମିତି, ଆମଦାନୀ କ୍ଷେତ୍ରରେ ସଫଳତା ପାଇବେ। ବ-ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ ମାଙ୍ଗଳିକ କାମ ତପ୍ତରତା ଦେଖାଦେଇପାରେ।
ମିଥୁନ
ମିଥୁନ
ବିଭିନ୍ନ ଦିଗରୁ ସାହାଯ୍ୟ ପାଇଲେ ମଧ୍ୟ ଆଜିର କାମ ସକାଶେ ହନ୍ତସନ୍ତ ହେବାକୁ ପଡ଼ିବ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ଅର୍ଥବ୍ୟୟ ସମ୍ଭାବନା ରହିଛି। ଘ-ନାମାକ୍ଷର ବ୍ୟକ୍ତିଙ୍କ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ
କର୍କଟ
ଆଜି ଦିନଟିରେ କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନହେତୁକ ଗୌରବ ବୃଦ୍ଧିର ପ୍ରତୀକ ହେବ। ପାରିବାରିକ କ୍ଷେତ୍ର, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ହ-ନାମାକ୍ଷର ବ୍ୟକ୍ତିଙ୍କ ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ଆଜି ଆରୋଗ୍ୟତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ, ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି ହେବ। ଆଇନ, ରାଜନୀତି, ଅଦାଲତ, ସଙ୍ଗଠନ, ଧାର୍ମିକ କାର୍ଯ୍ୟ ଓ ସତ୍‌ସଙ୍ଗ କ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ମ-ନାମାକ୍ଷର ବ୍ୟକ୍ତିଙ୍କ ସାହିତ୍ୟ,କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଆଜି ପୂ-ନାମାକ୍ଷର ବ୍ୟକ୍ତିମାନେ ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା, ଗୃହସୀମା, ନିର୍ମାଣ, କୋର୍ଟକଚେରି କ୍ଷେତ୍ରରେ ସଂକଟଜନକ ସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ମନ୍ତବ୍ୟ ଏକ ପ୍ରକାରର ନ ହେବା କାରଣରୁ କୌଣସି କଥାର ମୀମାଂସା ହୋଇପାରିବ ନାହିଁ।
ତୁଳା
ତୁଳା
ତ-ନାମାକ୍ଷର ବ୍ୟକ୍ତିଙ୍କ ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା ସୃଷ୍ଟିକରି କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ରକରି ଅଧୁନାଂ ଅସହଯୋଗ କରିପାରନ୍ତି। ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ଆଜି ବୈଷୟିକ ସୁଖ, ସମୃଦ୍ଧି ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ନ-ନାମାକ୍ଷର ବ୍ୟକ୍ତି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍‌ସନ ବଢ଼ିପାରେ। ମାଲିମକଦ୍ଦମା, ଜମିଜମା କ୍ଷେତ୍ରରେ ସୁଫଳ ପାଇବେ।
ଧନୁ
ଧନୁ
ଆତ୍ମୀୟସ୍ବଜନଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବେ ନାହିଁ। ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଭୂ-ନାମାକ୍ଷର ବ୍ୟକ୍ତି ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ।
ମକର
ମକର
ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମ୍‌ନା କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବା ସାଙ୍ଗକୁ ଟେକେନିକାଲ୍‌ କାମରେ ସୁବିଧା ପ୍ରାପ୍ତ ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ରକରି ସମସ୍ୟା ଦେଖାଦେବ। ଧନିଷ୍ଠା ନକ୍ଷତ୍ର ପୂର୍ବ ରାଗକୁ ଶୁଝାଇବାକୁ ଯାଇ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ରର ଏକ ଭିନ୍ନ ପରିବେଶରେ ମନୋରଞ୍ଜନ କାମ ପ୍ରତି ରୁଚି ବଳିବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତ ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କରାଇନେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ବୃଦ୍ଧି କରିବ।
ମୀନମୀନ
ଆଜି ରେବତୀ ନକ୍ଷତ୍ର ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିବେ। ଆଲୋଚନା ମାଧ୍ୟମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ରାହୁଙ୍କ ପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି...

ରାଶିଫଳ: ସୋମବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ ଆଜି ଆକସ୍ମିକ ଭାବରେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ। ପୂର୍ବ କଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଆବଶ୍ୟକତା...

ରାଶିଫଳ: ରବିବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟହାନି ସାଙ୍ଗକୁ ପ୍ରତ୍ୟେକ କାମରେ ସମସ୍ୟାର ସମ୍ମୁଖୀନ ହେବେ। ସାମାଜିକ, ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ହେତୁ ସଫଳତା...

ରାଶିଫଳ: ଶନିବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍‌ କମିଯିବ।...

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ ଆଜି ରାହୁ ଦୃଷ୍ଟ ଚନ୍ଦ୍ରଙ୍କ ହେତୁ ଅସ୍ଥିରତାଜନିତ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା...

ରାଶିଫଳ: ଗୁରୁବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଆପଣଙ୍କ ଅଭିଳାଷ ପୂର୍ଣ୍ଣତା ଲାଭ କରିବ। କାର୍ଯ୍ୟସିଦ୍ଧି ଘଟିବା ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ...

ରାଶିଫଳ: ବୁଧବାର, ଅକ୍ଟୋବର ୨୩ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରରେ ନୀଚସ୍ଥ ମଙ୍ଗଳ ପାରିବାରିକ ଖର୍ଚ୍ଚ ବଢ଼ାଇବା ସହ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିବ। ବନ୍ଧୁଙ୍କ ସହ ଆଲୋଚନା ମାନସିକ ଆଶ୍ୱସ୍ତି ପ୍ରଦାନ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ ଭୁଲ୍‌ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ। ଦ୍ୱିଜା ନକ୍ଷତ୍ରର କିନ୍ତୁ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri