Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜିର ଲାଭଭାବସ୍ଥ ଶନି ଯୁକ୍ତ ଚନ୍ଦ୍ର ହେତୁ ବନ୍ଧୁମିଳନ, କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି ଓ ସାମାଜିକ ସ୍ତରରେ ସମ୍ମାନଲାଭ କରାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର କିମ୍ବା ପଡ଼ୋଶୀଙ୍କ ସହ କଳହ ଲାଗିପାରେ। ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହେବା ସାଙ୍ଗକୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ଆଜିର ଗ୍ରହସ୍ଥିତିର ପ୍ରଭାବରେ ଆପଣ କହିବେ ଯେମିତି କାମ ମଧ୍ୟ କରିବେ ସେମିତି। ବନ୍ଧୁ ପରିଜନଙ୍କ ଆଦରବୋଳା କଥାରେ ମନ ଚହଲି ଯାଇପାରେ। ଗାଡ଼ି, ମୋଟରରେ ଯାତ୍ରା ସମୟରେ ଅନ୍ୟମନସ୍କ ନ ରହି ସତର୍କତାର ସହ ଯାତ୍ରା କରିବା ଭଲ। ସାଧାରଣ କଥାରେ ଅଫିସ୍‌ର କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧଯୁକ୍ତ ଶୁକ୍ର ଯୋଗୁ ବିଭିନ୍ନ ସୁବିଧା ସୁଯୋଗ ଲାଭକରି ଖୁସିରେ ସମୟ କାଟିବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଆକ୍ଷେପୋକ୍ତି ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ। କର୍ମକ୍ଷେତ୍ରରେ, ବ୍ୟବସାୟରେ ସମସ୍ୟା ସମାଧାନ ହୋଇଯିବ। ମାଲିମକଦ୍ଦମାରେ କାର୍ଯ୍ୟ ହାସଲ ସକାଶେ ନୂଆ ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଅଷ୍ଟମସ୍ଥ ରାଶ୍ୟାଧିପ ପ୍ରଭାବରେ ଈର୍ଷାନ୍ବିତ ବ୍ୟକ୍ତିମାନେ ସାଧାରଣ କଥାକୁ କଳହର ରୂପ ଦେବେ। ପୁନର୍ବସୁ ପ୍ରତ୍ୟେକ କ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ସମସ୍ୟା ସୃଷ୍ଟିକାରୀଙ୍କ ସକ୍ରିୟତା ବୃଦ୍ଧି ପାଇବ। ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ ଆପଣଙ୍କୁ ସାହାଯ୍ୟ କରିବ।
ସି˚ହ
ସି˚ହ
ସ୍ବଗୃହୀ ରବିଙ୍କ ଯୋଗୁ ଶାରୀରିକ ସୁସ୍ଥତା ସହିତ ସମସ୍ୟା ସମାଧାନ ସକାଶେ ମାନସିକ ଅସ୍ଥିରତା ଲାଗିରହିବ। ବନ୍ଧୁବର୍ଗ ହିତକଥା କହି ପଛରେ ଅପପ୍ରଚାର କରିପାରନ୍ତି। ବିବାଦରେ, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାର ସୂଚନା ରହିଛି।
କନ୍ୟା
ନିଜେ କୌଣସି ତ୍ରୁଟି ନ କଲେ ମଧ୍ୟ ପିଲାଙ୍କ ସକାଶେ ମୁଣ୍ଡ ନୁଆଁଇବାକୁ ପଡିପାରେ। ନିଜକଥାର ବିରୁଦ୍ଧାଚରଣ କରୁଥିବା ବନ୍ଧୁଙ୍କ ସକାଶେ ମନଟା ଭଲ ଲାଗି ନ ପାରେ। ବ୍ୟବସାୟ, ପରିବହନ, ଯାତ୍ରା, ସଭାସମିତି କ୍ଷେତ୍ରର ଅସ୍ଥିରତା ଦୂରେଇଯିବ। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଏକାଦଶସ୍ଥ ଶୁକ୍ରଙ୍କ ପ୍ରଭାବରେ ଖୁସି ରହିବା ସହ ଅନ୍ୟକୁ ସୁହାଇଲା ଭଳି କଥା କହି ସମ୍ପର୍କୀୟଙ୍କୁ ଆପଣେଇ ନେବେ। ଭୁଲ୍‌ ବୁଝାମଣା ହେତୁ ପରିବାରରେ ଝଡ଼ ଉଠିପାରେ। ବିବାଦୀୟ ଘଟଣାର ସମାଧାନ ହୋଇଯିବା ଆଶା ରହିଛି। ସାଙ୍ଗଠନିକ ଓ ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି।
ବିଛା
ବିଛା
ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବାରୁ ସାମୟିକ ଟେନ୍ସନ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟତିକ୍ରମ ଘଟିପାରେ।
ଧନୁ
ଧନୁ
ଆତ୍ମୀୟଙ୍କ ସହାୟତାରୁ ସମସ୍ୟା ଓ ପ୍ରତିବନ୍ଧକ ଦୂରେଇଯିବା ସହ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ପାପଗ୍ରହଯୁକ୍ତ ଚନ୍ଦ୍ର ପ୍ରଭାବରେ ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ଅସଂଗତ ବ୍ୟବହାର ଆଘାତ ଦେବ। ପରିବହନ, ଆମଦାନୀ କ୍ଷେତ୍ରରେ ଖୁସି ରହିବେ। ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଶ୍ରବଣା ନକ୍ଷତ୍ର ଉଚ୍ଚବର୍ଗଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସାୟାହ୍ନରେ ବନ୍ଧୁଙ୍କ ସମ୍ପର୍କରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନର୍ଥ ସୃଷ୍ଟି କରିପାରନ୍ତି, ଏଣୁ ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
କାମଗୁଡ଼ିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ଆଶଙ୍କା ରହିଛି। ନୀଚାରୋହୀ ଶୁକ୍ର ହେତୁ ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିବାର ସୂଚନା ମଧ୍ୟ ରହିଛି। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବା ସହ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନମୀନ

ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଯେଉଁ କାମରେ ଯାଉଛନ୍ତି ତାହା ଅବଶ୍ୟ ପୂରଣ ହେବ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ହଠାତ୍‌ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଂଗଠନ, କ୍ଷେତ୍ରରେ ସାମୟିକ ସମସ୍ୟା ଲାଗି ରହିବ। ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତିରେ ପୂର୍ବାବସ୍ଥାର ପରିବର୍ତ୍ତନ ଘଟିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri